ପ୍ରମୂଖ ଖବର
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

'ମୁଁ କଲେଜ ଫିସ୍‌ ଦେଇଛି...'୮ ଲକ୍ଷ ବାକି ଟଙ୍କା ମାଗିଲି ତ ମିଛ ମାମଲାରେ ଫସାଇ ଦେଲେ; କ୍ରିକେଟର ୟଶ ଦୟାଲ ଖୋଲିଲେ ମୁହଁ

Published By : Ankita S | July 11, 2025 12:32 PM

ନୂଆଦିଲ୍ଲୀ,୧୧/୦୭: ଆର୍‌ସିବିର ଷ୍ଟାର ବୋଲର ୟଶ ଦୟାଲଙ୍କ ନାମରେ ଯୌନ ଉତ୍ପୀଡ଼ନ ମାମଲା ରୁଜୁ । ଇନ୍ଦିରାପୁରମ ଥାନାରେ ଧାରା ୬୯ ଅନୁଯାୟୀ ଶାରୀରିକ ସମ୍ପର୍କ ଓ ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକାରିଣୀ ଦାବି କରିଛନ୍ତି କି, ୟଶ ତାଙ୍କୁ ଶାରୀରିକ, ମାନସିକ ଓ ଅର୍ଥିକ ଭାବେ ଶୋଷଣ କରୁଥିଲେ । ଏହାକୁ ନେଇ ମୁହଁ ଖୋଲିଛନ୍ତି ଆର୍‌ସିବି ଷ୍ଟାର ବୋଲର ୟଶ ଦୟାଲ ।

ଉତ୍ତରପ୍ରଦେଶ ପ୍ରୟାଗରାଜର ଦୁଷ୍କର୍ମ ମାମଲାରେ ଫସିଥିବା କ୍ରିକେଟର ୟଶ ଦୟାଲ ତାଙ୍କ ଓକିଲଙ୍କ ମାଧ୍ୟମରେ ପ୍ରୟାଗରାଜର ଖୁଲଦାବାଦ ଥାନାରେ ମହିଳା ବନ୍ଧୁ ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ୮ ଲକ୍ଷ ଟଙ୍କା ବକେୟା ମାଗିବାରୁ ତାଙ୍କୁ  ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି । ଯୁବତୀ ତାଙ୍କ ମୋବାଇଲ- ଲାପଟପ୍‌ ଏବଂ ଅନ୍ୟାନ୍ୟ ଜିନିଷ ଚୋରି କରିଥିବା ଅଭିଯୋଗ କରି ମାମଲା ରୁଜୁ କରିବାକୁ ଦାବି କରିଛନ୍ତି ୟଶ ।

ଯଶ ଦୟାଲ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ଖଣ୍ତନ କରି କହିଛନ୍ତି, ୨୦୧୧ରେ ତାଙ୍କର ସାକ୍ଷତା ଇନଷ୍ଟାଗ୍ରାମରେ ଉକ୍ତ ଯୁବତୀଙ୍କ ସହିତ ହୋଇଥିଲା । ଧୀରେ ଧୀରେ ସେ ଚିକିତ୍ସା, କଲେଜ ଫିସ୍‌ ନାମରେ ମୋଠୁ ଟଙ୍କା ନେଉଥିଲେ । ୨୦୨୫ ସୁଦ୍ଧା ଟଙ୍କା ଫେରାଇ ଦେବା ନେଇ କହୁଥିଲେ । ଏହା ସହିତ ସରିଙ୍ଗ କରିବାକୁ ମଧ୍ୟ ମୋଠୁ ଟଙ୍କା ନେଇଛନ୍ତି । ଯୁବତୀ ଓ ତାଙ୍କ ୩ ସହଯୋଗୀ ୮ ଲକ୍ଷ ଟଙ୍କା ଧାର ନେଇଛନ୍ତି । ମୋ ଲାପଟପ୍‌, ଆଇଫୋନ୍‌ ଓ ଅନ୍ୟାନ ଜିନିଷ ଚୋରି କରିଛନ୍ତି । ୮ ଲକ୍ଷ ଟଙ୍କା ଏଯାଏ ଦେଇ ନାହାନ୍ତି । ମୁଁ ତାଙ୍କୁ ବଳକା ଟଙ୍କା ମାଗିବାରୁ ସେ ମୋତେ ଓଲଟା ଧମକ ଦେଲେ । ବିବାହ ନ କଲେ ଆତ୍ମହତ୍ୟା କରିଦେବି ବାେଲି ଧମକାଇଥିଲେ । ମୋ ବାପା-ମାଆଙ୍କୁ ଗାଳି ଦେବା ସହ ଜୀବନରୁ ମାରି ଦେବାକୁ ଧମକ ଦେବାକୁ ବି ଧମକ ଦେଇଛନ୍ତି ।

ଯୁବତୀଙ୍କ ଅଭିଯୋଗ ଅନୁୁସାରେ, ୟଶ ତାଙ୍କୁ ବିବାହ କରିବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ବିବାହ କଥା ପଡିବାକୁ ୟଶ ବିରୋଧ କରିଥିଲେ । ଗାଜିଆବାଦ ପୁଲିସ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରି ୟଶଙ୍କୁ ନୋଟିସ୍ ଜାରି କରିଥିଲା । ଏବେ ୟଶ ଯୁବତୀଙ୍କ ଉପରେ ଓଲଟା ଅଭିଯୋଗ ଆଣିଛନ୍ତି । ମାମଲାର ତଦନ୍ତ ଜାରି ରହିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.