ନୂଆଦିଲ୍ଲୀ,୧୬/୧ : ଓ୍ବିମେନ୍ସ ପ୍ରିମିୟର ଲିଗ୍ ସିଜନ ଆରମ୍ଭ ହେବା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ବଡ଼ ଝଟକା ଲାଗିଛି । ପ୍ରକାଶ ଯେ, ଇଂଲଣ୍ଡର ଅଫ ସ୍ପିନର ଚାର୍ଲି ଡିନ ଆହତ ହୋଇଛନ୍ତି । ଚାର୍ଲି ଡିନଙ୍କ ରିପ୍ଲେସମେଣ୍ଟର ଘୋଷଣା କରିଦିଆଯାଇଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଆହତ ଚାର୍ଲି ଡୀନଙ୍କ ସ୍ଥାନରେ ସୋଫି ମୋଲିନ୍ୟୁକ୍ସଙ୍କୁ ସ୍କ୍ବାର୍ଡ଼ରେ ସାମିଲ କରାଯାଇଛି । ସୋଫି ମୋଲିନ୍ୟୁକ୍ସଙ୍କ ନିକଟରେ ପ୍ରଦର୍ଶନ ବହୁତ ଭଲ ରହିଛି । ବିଶେଷ କରି ଫ୍ରାଞ୍ଚାଇଜ କ୍ରିକେଟରେ ବହୁ ପ୍ରଭାବିତ କରିଛନ୍ତି । ମାତ୍ର ଓ୍ବିମେନ୍ସ ପ୍ରିମିୟର ଲିଗ୍ ୨୦୨୪ର ଭାଗିଦାରୀ ହୋଇପାରିନଥିଲେ । ସେହି ସମୟରେ ସୋଫୀ ମୋଲିନ୍ୟୁକ୍ସ ଆହତ ହୋଇଥିଲେ ।
ଓ୍ବିମେନ୍ସ ପ୍ରିମିୟର ଲିଗ୍ ୨୦୨୪ସିଜନରେ ଚାର୍ଲି ଡିନର ପ୍ରଦର୍ଶନ ଶାନଦାର ଥିଲା । ଏହି ଅଲରାଉଣ୍ଡର ୧୦ମ୍ୟାଚରେ ୧୨ଓ୍ବିକେଟ ନେଇଥିଲେ । ସେହିଭଳି ଟୁର୍ଣ୍ଣାମେଣ୍ଟରେ ତୃତୀୟ ସବୁଠାରୁ ଅଧିକ ଓ୍ବିକେଟ ନେଇଥିବା ବୋଲର ଥିଲେ । ଏହା ବ୍ୟତୀତ ଓ୍ବିମେନ୍ସ ବିଗ୍ ବ୍ୟାସରେ ଚାର୍ଲି ଡିନ୍ ମେଲଓ୍ବର୍ଣ୍ଣ ଷ୍ଟାର୍ସ ନେତୃତ୍ବ ନେଇଥିଲେ । ଏହି ସିଜନରେ ସେ ୭ମ୍ୟାଚରେ ୧୬ଓ୍ବିକେଟ ନିଜ ନାଁରେ କରିଥିଲେ । ଏହାସହ ଚାର୍ଲି ଡିନଙ୍କ ଅଧିନାୟକତ୍ବରେ ମେଲଓ୍ବର୍ଣ୍ଣ ଷ୍ଟାର୍ସ ଚାମ୍ପିୟନ ହୋଇଥିଲା । ସେହିଭଳି ଏହି ସଂଖ୍ୟା ଦର୍ଶାଉଛି କି ଚାର୍ଲି ଡିନଙ୍କ ଟି-୨୦କ୍ୟାରିୟର ବହୁତ ଭଲ ରହିଛି । ପ୍ରକାଶ ଯେ, ଏବେ ଏହା ଦେଖିବାକୁ ବାକି ରହିଲା କି ମୋଲିନ୍ୟୁକ୍ସ କିଭଳି ଭାବେ ଏହାର କ୍ଷତିପୂରଣ ଭରୁଛନ୍ତି ।