ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଅସ୍ଥାୟୀ ମଣ୍ଡପରେ ମା' ବୁଢୀ ଠାକୁରାଣୀଙ୍କୁ ଦର୍ଶନ କଲେ ଦକ୍ଷିଣାଞ୍ଚଳ ଆରଡିସି

Published By : Rasmita Pradhan | April 9, 2025 2:19 PM

ବ୍ରହ୍ମପୁର, ୯/୪ : ସପ୍ତମ ଦିନରେ ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା। ବୁଧବାର ମଧ୍ୟାହ୍ନରେ ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର ରୂପା ରୋସନ ସାହୁ ପରିବାର ସହ ଅସ୍ଥାୟୀ ମଣ୍ଡପରେ ମା'ଙ୍କ ଦର୍ଶନ କରିଛନ୍ତି। ଅସ୍ଥାୟୀ ମଣ୍ଡପରେ ମା'ଙ୍କ ପୂଜାର୍ଚ୍ଚନା ସହ ଆଳତି କରିଛନ୍ତି। 

ରାଜସ୍ଵ କମିଶନର ରୂପା ରୋସନ ସାହୁ ଦେଶୀ ବେହେରାଙ୍କ ଘରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ଏହା ସହ ଧର୍ମ ଝଣ୍ଡାରେ ହଳଦୀ ପାଣି ଅର୍ପଣ କରିଛନ୍ତି। ଦର୍ଶନ ପରେ ସେ କହିଛନ୍ତି ଯେ, ମା'ଙ୍କ ପାଖକୁ ଆସିଥିଲୁ। ମାଆ ସମସ୍ତଙ୍କର ମଙ୍ଗଳ କରନ୍ତୁ। ମନସ୍କାମନା ପୁରଣ କରନ୍ତୁ। ସମସ୍ତେ ସୁଖଶାନ୍ତିରେ ରୁହନ୍ତୁ। ଏହାହିଁ ମାଆଙ୍କ ନିକଟରେ କାମନା କରିଛି।

ସୂଚନା ଥାଉକି, ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ଯାତ୍ରାର ଆଜି ସପ୍ତମ ଦିବସ। ପାରମ୍ପରିକ ଯାତ୍ରା ଭାବେ ଏହା ବେଶ ପ୍ରସିଦ୍ଧ। ଆଜି ମା' ସାଆନ୍ତାଣି ଜଉରା ସାହିସ୍ଥିତ ମାଉସୀ ମାଆ ଘରକୁ ବୁଲି ଯିବେ। ଏହା ସହ ବିଭିନ୍ନ ସାହି ପରିଭ୍ରମଣ କରି ବିଭିନ୍ନ ରଥକୁ ନିମନ୍ତ୍ରଣ କରିବା କାର୍ଯ୍ୟକ୍ରମ ରହିଛି। ଆଜି ରାତିରେ ମାଆ ଅସ୍ଥାୟୀ ପୀଠରୁ ବାହାରି ମହୁରୀ ରାଜବାଟି, ଖାସ୍ପା ସାହି, ବଡବଜାର, ଜଉରା ସାହି ମାଉସୀମାଆ ଘରକୁ ବୁଲି ଯିବେ। ପରେ ଖାସ୍ପା ସାହିର ହରି, ଅର୍ଜ୍ଜୁନ ରଥ, ନରସିଂହ ମନ୍ଦିର ସାହିର ଶ୍ରୀରାମ ରଥ, ଚନ୍ଦ୍ର ଶେଖର ମନ୍ଦିର ସାହିର ବୀର ହନୁମାନ ରଥ, ଶଙ୍ଖାରି ସାହିର ଲକ୍ଷ୍ମଣ ରଥ, ଯେମଦେଇପେଣ୍ଠ ସାହିର ଜଗନ୍ନାଥ ରଥ ଏବଂ ପୁରୁଣା ବ୍ରହ୍ମପୁର ସାହିର ମହାବୀର କର୍ଣ୍ଣ ରଥକୁ ନିମନ୍ତ୍ରଣ କରି ଅସ୍ଥାୟୀ ମନ୍ଦିର ଫେରିବା କାର୍ଯ୍ୟକ୍ରମ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.