ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

Operation Sindoor: ସିନ୍ଦୂରର ପ୍ରତିଶୋଧ ସିନ୍ଦୂରରେ, 'ମୋ ସ୍ୱାମୀଙ୍କ ଆତ୍ମାକୁ ଶାନ୍ତି ମିଳିଲା'

Published By : Ankita S | May 7, 2025 8:15 AM

ନୂଆଦିଲ୍ଲୀ,୦୭/୦୫: ପହଲଗାମ ପ୍ରତିଶୋଧ । ଲୁହ-ଲହୁର ହିସାବ ନେଲା ଭାରତ । ସିନ୍ଦୂରର ବଦଲା ନେଲା 'ଅପରେସନ ସିନ୍ଦୂର' । ରକ୍ତର ହୋଲି ଖେଳି ନୀରିହ ଜୀବନ ନେଇ ୨୬ଜଣଙ୍କ ମଥାରୁ ସିନ୍ଦୂର ପୋଛିଥିବା ଆତଙ୍କୀ ଶିବିରରେ ଏୟାର ଷ୍ଟ୍ରାଇକ୍ କରିଛି ଭାରତ । ପହଲଗାମ୍ ଗଣହତ୍ୟାର ବଦଲା ନେଇ ପାକିସ୍ତାନର ୯ଟି ସ୍ଥାନରେ ପ୍ରଚଣ୍ଡ ମିସାଇଲ ମାଡ଼ କରିଛି । ଥରି ଉଠିଛି ପାକ୍‌ ଅଧିକୃତ କାଶ୍ମୀର (ପିଓକେ) ଏବଂ ପାକିସ୍ତାନର କେତେକ ଅଞ୍ଚଳ । ୯୦ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ଏହି ପ୍ରତିଶୋଧ ପରେ ପହଲଗାମ ଆକ୍ରମଣରେ ମୃତ ଶୁବମ ଦ୍ୱିବେଦୀଙ୍କ ପତ୍ନୀ କହିଛନ୍ତି, ମୋ ସ୍ୱାମୀଙ୍କ ମୃତ୍ୟୁର ବଦଲା ନେଇଛନ୍ତି ।

ଶୁବମ ଦ୍ବିବେଦୀଙ୍କ ପତ୍ନୀ ଐଶ୍ୱନା କହିଛନ୍ତି, '' ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି । ସେ ମୋ ସ୍ୱାମୀଙ୍କ ମୃତ୍ୟୁର ବଦଲା ନେଇଛନ୍ତି । ମୋ ପରିବାର ତାଙ୍କ ଉପରେ ବିଶ୍ୱାସ ରଖିଥିଲା । ଯେଉଁ ପରି ଭାବେ ସେମାନେ ପାକିସ୍ତାନକୁ ଜବାବ୍‌ ଦେଇଛନ୍ତି ଆମ ବିଶ୍ୱାସ ପୁଣି ଥରେ ବଞ୍ଚିଛି । ଏହା ମୋ ସ୍ୱାମୀଙ୍କ ମୃତ୍ୟୁର ପ୍ରକୃତ ବଦଲା । ଆଜି ମୋ ସ୍ୱାମୀ ଯେଉଁଠି ବି ଅଛନ୍ତି ତାଙ୍କୁ ଶାନ୍ତି ମିଳିଥିବ ।''

ଅଧିକ ପଢନ୍ତୁ...Operation Sindoor: ପହଲଗାମ ଆକ୍ରମଣର ୧୫ ଦିନ ପରେ ଭାରତର 'ଅପରେସନ ସିନ୍ଦୁର'; ପିଏମ ମୋଦିଙ୍କ ନୀରିକ୍ଷଣରେ ହେଲା ଏୟାରଷ୍ଟ୍ରାଇକ

ଭାରତୀୟ ସେନା ଆମ ଲୁହ ପୋଛିଲେ -ସେହିପରି ଶୁବମ ଦ୍ୱିବେଦୀଙ୍କ ବାପା କହିଛନ୍ତି,'' ରାତିରୁ ନ୍ୟୁଜ ଦେଖୁଛି । ମୁଁ ଭାରତୀୟ ସେନାଙ୍କୁ ସାଲ୍ୟୁଟ କରୁଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଉଛି । ଯିଏକି ଆମ ଦେଶବାସୀଙ୍କ ଯନ୍ତ୍ରଣାକୁ ବୁଝିଲେ । ଯେଉଁପରି ଭାବେ ସେ ଆମ ସେନା ଅଦ୍ୟମ ସାହସ ଦେଖାଇ ପାକିସ୍ତାନକୁ ଜବାବ୍ ଦେଇଛନ୍ତି ତାଙ୍କୁ ସଲାମ୍ ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.