ପ୍ରମୂଖ ଖବର
  • ଏପ୍ରିଲ ୨୨ରୁ ଜୁନ୍‌ ୧୭ ମଧ୍ୟରେ କଥା ହୋଇନଥିଲେ ମୋଦୀ-ଟ୍ରମ୍ପ, ମଧ୍ୟସ୍ଥତା ଦାବିକୁ ଖଣ୍ଡନ କଲେ ଏସ୍‌. ଜୟଶଙ୍କର
  • ||
  • ଏମ୍ସରେ ନର୍ସଙ୍କୁ ଅସଦାଚାରଣ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବିରେ ଠିକା କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
  • ||
  • ସାକ୍ଷୀଗୋପାଳ ମାଳତିପାଟପୁର ଷ୍ଟେସନ ନିକଟରେ ପୁରୀ-ବଦ୍ରୀନାଥ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଟ୍ରାକ୍ଟର ଚୁରମାର
  • ||
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ନେତନ୍ୟାହୁଙ୍କୁ ହୁଥି ବିଦ୍ରୋହୀଙ୍କ ଚେତାବନୀ, କହିଲେ- ଗାଜା ସହ ସଂଘର୍ଷ ନରୋକିବା ଯାଏଁ ସମସ୍ତ ଇସ୍ରାଏଲୀ ଜାହାଜକୁ କରିବୁ ଟାର୍ଗେଟ…

Published By : Ladu Kishor | July 28, 2025 8:48 PM

ନୂଆଦିଲ୍ଲୀ: ୟେମେନର ହୁଥି ବିଦ୍ରୋହୀ ମାନେ ଇସ୍ରାଏଲ ଏବଂ ଏହାର ସମର୍ଥିତ ଜାହାଜ ଗୁଡିକୁ ନେଇ ପୁଣି ଥରେ ଏକ ଗମ୍ଭୀର ଚେତାବନୀ ଦେଇଛନ୍ତି। ହୁଥି ମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏବେ ସେମାନେ ଇସ୍ରାଏଲ ସହିତ ଜଡିତ ପ୍ରତ୍ୟେକ ଜାହାଜକୁ ଟାର୍ଗେଟ କରିବେ, ତାହା ବିଶ୍ୱର ଯେକୌଣସି ସ୍ଥାନରେ ହେଉ ନା କାହିଁକି। ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି, ଯେତେବେଳେ କି ଲୋହିତ ସାଗର ଏବଂ ଆରବ ସାଗରରେ ହୁଥି ଆକ୍ରମଣ ଯୋଗୁଁ ସାମୁଦ୍ରିକ ପରିବହନ ବାଧାପ୍ରାପ୍ତ ହେଉଛି।

ହୁଥିଙ୍କ ମୁଖପାତ୍ର ୟାହୟା ସାରି ରବିବାର ଏକ ଭିଡିଓ ବିବୃତ୍ତିରେ କହିଛନ୍ତି ଯେ, ଇସ୍ରାଏଲ ସହିତ ଜଡିତ ସମସ୍ତ ବାଣିଜ୍ୟିକ,ତୈଳ କିମ୍ବା ଅସ୍ତ୍ରଶସ୍ତ୍ର ପରିବହନକାରୀ ଜାହାଜ ଏବେ ସେମାନଙ୍କ ରାଡାରରେ ଅଛି। ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଗାଜା ଉପରେ ଇସ୍ରାଏଲୀୟ ଆକ୍ରମଣ ବନ୍ଦ ନହୁଏ, ସେପର୍ଯ୍ୟନ୍ତ ସେମାନେ ସେମାନଙ୍କର 'ସୈନ୍ୟ ପ୍ରତିରୋଧ' ଜାରି ରଖିବେ । ପୂର୍ବରୁ ମଧ୍ୟ ସେମାନେ ଆମେରିକୀୟ ଏବଂ ବ୍ରିଟିଶ ଜାହାଜକୁ ଚେତାବନୀ ଦେଇଥିଲେ, କିନ୍ତୁ ଏବେ ସେମାନେ ସେମାନଙ୍କର ପରିସର ବିସ୍ତାର କରିଛନ୍ତି । 

ହୁଥି ମାନେ ଏହା ମଧ୍ୟ କହିଛନ୍ତି ଯେ ସେମାନେ ସେହି ସମସ୍ତ ଦେଶକୁ ମଧ୍ୟ ଟାର୍ଗେଟ କରିବେ, ଯେଉଁ ମାନେ ଯେକୌଣସି ଭାବରେ ଇସ୍ରାଏଲକୁ ସମର୍ଥନ କରୁଛନ୍ତି। ସେ କହିଛନ୍ତି ଯେ,ଇସ୍ରାଏଲୀୟ ସ୍ୱାର୍ଥକୁ ସୁରକ୍ଷା ଦେଉଥିବା ପ୍ରତ୍ୟେକ ଜାହାଜ କମ୍ପାନୀ କିମ୍ବା ଦେଶ ସେମାନଙ୍କର ଟାର୍ଗେଟ ହେବ। ଏହା ଆନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ ଉପରେ ଅଧିକ ଗଭୀର ପ୍ରଭାବ ପକାଇପାରେ । ବିଶେଷକରି ଲୋହିତ ସାଗର ଏବଂ ଭାରତ ମହାସାଗରର ମାର୍ଗରେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.