ନୂଆଦିଲ୍ଲୀ,୭।୯: ସମୁଦ୍ର ତଳେ ଥିବା ଇଣ୍ଟରନେଟ୍ କେବୁଲ କଟି ଯାଇଛି। ଏହି କାରଣରୁ ଭାରତ ସହିତ ଏସିଆର ଅନେକ ଦେଶରେ ଇଣ୍ଟରନେଟ୍ ପ୍ରଭାବିତ ହୋଇଛି। ଏହି କେବଲ ଲୋହିତ ସାଗର ତଳେ ରହିଛି। ଏହାର ସୂଚନା ନେଟବ୍ଲକ୍ସରେ ମଧ୍ୟ ଦିଆଯାଇଛି। ପିଟିଆଇ ପକ୍ଷରୁ ଏକ୍ସ ପ୍ଲାଟଫର୍ମରେ ପୋଷ୍ଟ କରି କୁହାଯାଇଛି ଯେ, ଲୋହିତ ସାଗରରେ ସବମରିନ୍ କେବଲ କଟି ଯିବା କାରଣରୁ ବହୁ ଅଞ୍ଚଳରେ ରବିବାର ଇଣ୍ଟରନେଟ୍ ସ୍ପିଡ୍ ପ୍ରଭାବିତ ହୋଇଛି। ଏଥିରେ ଭାରତ ସହିତ ଏସିଆର ବହୁ ଦେଶ ରହିଛି। ଏବେ ଏହା କୁହାଯାଇନି ଯେ, କେଉଁ କାରଣରୁ କେବଲ କଟି ଯାଇଛି।
ପୋଷ୍ଟରେ ଲେଖାଯାଇଛି, ଚିନ୍ତା ପ୍ରକାଶ କରାଯାଉଛି ଯେ, ୟେମେନର ହୁତି ବିଦ୍ରୋହୀ ଏହି କେବଲକୁ ଟାର୍ଗେଟ କରିଛନ୍ତି। ଏହାକୁ ଇସ୍ରାଏଲ ଉପରେ ଚାପ ପକାଇବାର ଚେଷ୍ଟା ବୋଲି କୁହାଯାଉଛି, ଫଳରେ ଗାଜାରେ ହମାସ ବିରୋଧରେ ଯୁଦ୍ଧକୁ ଶେଷ କରିହେବ। ଉଲ୍ଲେଖନୀୟ ଯେ, ହୁତି ବିଦ୍ରୋହୀ ପୂର୍ବରୁ ମଧ୍ୟ କେବଲ ଉପରେ ଆକ୍ରମଣ କରିଥିବା ନେଇ ମନା କରିସାରିଛି।
ରିପୋର୍ଟ ଅନୁଯାୟୀ, ମାଇକ୍ରୋସଫ୍ଟ କହିଛି ଯେ ମଧ୍ୟପ୍ରାଚ୍ୟରେ ଲୋହିତ ସାଗର ତଳେ ଥିବା ଅଣ୍ଡର SEA କେବୁଲ କାଟିବା ଦ୍ୱାରା ଲାଟେନ୍ସୀ ବୃଦ୍ଧି ପାଇପାରେ, ଯାହାର ଅର୍ଥ ହେଉଛି ଇଣ୍ଟରନେଟ୍ ସ୍ପିଡ୍ ହ୍ରାସ ପାଇପାରେ। କମ୍ପାନୀ ଏହା ମଧ୍ୟ କହିଛି ଯେ କେବୁଲ ଗୁଡ଼ିକ ମଧ୍ୟପ୍ରାଚ୍ୟ ଦେଇ ଯାଉନାହିଁ, ତେଣୁ ସେ ଗୁଡ଼ିକ ପ୍ରଭାବିତ ହୋଇନାହିଁ। ସାରା ବିଶ୍ୱରେ ଇଣ୍ଟରନେଟ୍ ଆକ୍ସେସକୁ ଟ୍ରାକ୍ କରୁଥିବା ନେଟବ୍ଲକ୍ସ କହିଛି, ଲୋହିତ ସାଗରରେ ସମୁଦ୍ର ତଳ କେବୁଲ କାଟିବା ଯୋଗୁଁ କିଛି ଦେଶରେ ଇଣ୍ଟରନେଟ୍ ସଂଯୋଗ ପ୍ରଭାବିତ ହୋଇଛି। ଏଥିରେ ପାକିସ୍ତାନ ମଧ୍ୟ ଅଛି।