ଭୁବନେଶ୍ୱର,୦୬/୦୬: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ  (ଆର୍‌ଆଇଇ)ରେ ଶିକ୍ଷକ ଶିକ୍ଷା ନାମଲେଖା ଆବେଦନ ଆରମ୍ଭ  ହୋଇଛି । ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ ସୁଯୋଗ ମିଳିବ । ୨୯  ତାରିଖରେ ପ୍ରବେଶିକା ପରୀକ୍ଷା ହେବ । 

ଚଳିତବର୍ଷ କମ୍ପ୍ୟୁଟର ବେସଡ୍‌ ଟେଷ୍ଟ (ସିବିଟି) ମୋଡ୍‌ରେ ପରୀକ୍ଷା ହେବ । ବିଏ  ବିଏଡ୍‌, ବିଏସ୍‌ସି ବିଏଡ୍‌, ଏମ୍‌ଏସ୍‌ସିଏଡ୍‌, ବିଏଡ୍‌ ଏମ୍‌ଏଡ୍‌, ଏମ୍‌ଏ ଏମ୍‌ଏଡ୍‌ (ବୈଷୟିକ ଶିକ୍ଷା)ରେ ଆଗ୍ରହୀ ପ୍ରାର୍ଥୀମାନେ  ଆବେଦନ କରିପାରିବେ । ବିବିଧ ସାଂସ୍କୃତିକ ଉପଲବ୍ଧି ସହ  ଶୈକ୍ଷିକ ପରିଭ୍ରମଣ, ବୃତ୍ତି, ଭାଷା ସମ୍ବଳ କେନ୍ଦ୍ର, ଇ-ସୁବିଧା  ଥିବା ଅତ୍ୟାଧୁନିକ ପାଠାଗାର, ଶୀତତାପ ନିୟନ୍ତ୍ରିତ ପ୍ରେକ୍ଷାଳୟ,  ଛାତ୍ରାବାସ, ଉଦ୍ଭିଦ ଉଦ୍ୟାନ, ସ୍ମାର୍ଟ ଶ୍ରେଣୀ ଗୃହ ଆଦିର ସୁବିଧା  ମିଳିବ । ଏନ୍‌ସିଇଆର୍‌ଟି ଅଧୀନ ଭୁବନେଶ୍ୱର, ଆଜମେର,  ଭୋପାଳ, ମୈସୁର, ଶିଲଂ, ନେଲୋର ଓ ନୂଆଦିଲ୍ଲୀ ସ୍ଥିତ  ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖାର ସୁଯୋଗ ମିଳିବ ।