ବେଙ୍ଗାଲୁରୁ,୦୭/୦୧:  ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡ୍ (ଆର୍‌ସିପିଏଲ୍‌) ସୋମବାର ଏହାର ରସକିକ୍ ଗ୍ଲୁକୋ ଏନର୍ଜି ଡ୍ରିଙ୍କ୍‌ ଶୁଭାରମ୍ଭ ଘୋଷଣା କରିଛି। ଶରୀର ପାଇଁ ପୁଷ୍ଟିକର ପାନୀୟ ଭାବରେ ଗ୍ଲୁକୋଜ ସହିତ, ରସକିକ୍ ଗ୍ଲୁକୋ ଏନର୍ଜି ତତକ୍ଷଣାତ୍ ଶକ୍ତି ବୃଦ୍ଧି ପ୍ରଦାନ କରିଥାଏ, ଯାହାଦ୍ୱାରା ଏହା ପାନ କରୁଥିବା ବ୍ୟକ୍ତି ଆକ୍ଟିଭ୍‌ ଏବଂ ସ୍ମାର୍ଟ ରହିଥାନ୍ତି ବୋଲି ମତ ପ୍ରକାଶ ପାଇଛି। କ୍ଳାନ୍ତ ଅନୁଭବ ସମୟରେ ଏହାକୁ ପିଇବା ଦ୍ବାରା ଏହା ଦିନସାରା ସୁସ୍ଥ ରକ୍ତ ଶର୍କରା ସ୍ତର ବଜାୟ ରଖିବାରେ ସହାୟକ ହୋଇଥାଏ ବୋଲି କୁହାଯାଇଛି।

ଇଲେକ୍ଟ୍ରୋଲାଇଟ୍, ଗ୍ଲୁକୋଜ୍ ଏବଂ ପ୍ରକୃତ ଲେମ୍ବୁ ରସରେ ଭରପୂର, ଏହି ସତେଜ ପାନୀୟ ଗୋଟିଏ ପ୍ୟାକେଜ ୧୦ ଟଙ୍କା ମୂଲ୍ୟରେ ଉପଲବ୍ଧ। ରସକିକ୍ ଗ୍ଲୁକୋ ଏନର୍ଜିର ଶୁଭାରମ୍ଭ ସହିତ ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡ୍ ରିହାଇଡ୍ରେସନ୍ ବର୍ଗରେ ପ୍ରବେଶ କରୁଛି, ଯାହା ସତେଜ ରହିବାରେ ସହାୟକ ହେବ। ରସକିକ୍ ଗ୍ଲୁକୋ ଏନର୍ଜି ବ୍ୟକ୍ତିକୁ ଶକ୍ତିଶାଳୀ ଏବଂ ସତେଜ ଅନୁଭବ କରିବାରେ ସହାୟକ ହେବ ବୋଲି କୁହାଯାଇଛି। ଏହା ଯେତିକି ସ୍ୱାଦିଷ୍ଟ ସେତିକି ସ୍ଫୁର୍ତ୍ତିଦାୟକ ହୋଇଥାଏ ଏବଂ ଏହା ଦ୍ୱାରା ବ୍ୟକ୍ତି ହାଇଡ୍ରେଟ୍ ରହିବ ସହିତ ଏଥିରେ ଥିବା ଲେମ୍ବୁ ରସ ପ୍ରାକୃତିକ ସ୍ୱାଦର ଏକ ସତେଜ ଅନୁଭବ ଦେଇଥାଏ।

ଜୁସ ଏବଂ ମୃଦୁ ପାନୀୟ ବର୍ଗରେ ମାଷ୍ଟର ବ୍ରାଣ୍ଡ ଭାବରେ ରସକିକ୍ ଶୁଭାରମ୍ଭ ସହିତ ଆରସିପିଏଲ ନିଜକୁ ଏକ ସାମଗ୍ରିକ ପାନୀୟ ଏବଂ ଉପଭୋକ୍ତା ଉତ୍ପାଦ କମ୍ପାନୀ' ଭାବରେ ଉପସ୍ଥାପିତ କରିଛି। ଯାହାକି ଭାରତୀୟ ଗ୍ରାହକଙ୍କ ଦୈନନ୍ଦିନ ଆବଶ୍ୟକତା ଅନୁଯାୟୀ ଗ୍ରାହକ-କେନ୍ଦ୍ରିକ ଉତ୍ପାଦ ପ୍ରସ୍ତୁତ କରିବା ପାଇଁ ଉତ୍ସର୍ଗୀକୃତ। ବିଶ୍ୱ ସ୍ତରର ମାନକ ଏବଂ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଅଭିନବ ଉତ୍ପାଦ ପ୍ରଦାନ କରିବାକୁ ପ୍ରତିବଦ୍ଧ, ରସକିକ୍ ବର୍ତ୍ତମାନ ବିଭିନ୍ନ ପ୍ରକାରର ସୁଲଭ ତଥା ସର୍ବୋତ୍ତମ ଗୁଣବତ୍ତା ସମ୍ପନ୍ନ ଫଳ ଭିତ୍ତିକ ପାନୀୟ, ଜୁସ୍ ଏବଂ କାର୍ଯ୍ୟକ୍ଷମ ପାନୀୟ ପ୍ରଦାନ କରିବାକୁ ପ୍ରସ୍ତୁତ ହୋଇଛି। ରସକିକରେ ଆମ୍ବ, ସେଓ, ମିଶ୍ରିତ ଫଳ, ପଇଡ / ନଡ଼ିଆ ପାଣି ଏବଂ ଲେମ୍ବୁ ପାଣି ଭଳି ବିବିଧ ପ୍ରକାର ପାନୀୟ ଊତ୍ପାଦ ପ୍ରସ୍ତୁତ କରୁଛି। ଏହା ଭାରତୀୟ ଆଞ୍ଚଳିକ ଫଳଗୁଡିକର ବିବିଧତା ଏବଂ ସ୍ୱାଦ ଦ୍ୱାରା ଅନୁପ୍ରାଣିତ ହୋଇ ଏହାର ପୋର୍ଟଫୋଲିଓକୁ ଆହୁରି ବିସ୍ତାର କରିବ। ରସକିକ୍ ଗ୍ଲୁକୋ ଏନର୍ଜି ମଧ୍ୟ ଶୀଘ୍ର ୭୫୦ ମିଲି ଘରୋଇ ବ୍ୟବହାର ପ୍ୟାକରେ ଉପଲବ୍ଧ ହେବ।

ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେତନ ମୋଦୀ କହିଛନ୍ତି, “ଏକ କମ୍ପାନୀ ଭାବରେ ଆମେ ଭାରତୀୟ ପରମ୍ପରାକୁ ଗଭୀର ଭାବରେ ବୁଝିପାରୁଛୁ ଏବଂ ଆମର ବ୍ରାଣ୍ଡ ମାଧ୍ୟମରେ ଭାରତୀୟ ଗ୍ରାହକଙ୍କୁ ନୂତନ ପରମ୍ପରା ପ୍ରଦାନ କରୁଛୁ। ରସକିକ୍ ଗ୍ଲୁକୋ ଏନର୍ଜି କେବଳ ଏକ ପାନୀୟ ନୁହେଁ। ଏହା ଭାରତୀୟ ଗ୍ରାହକଙ୍କୁ ସତେଜ ଏବଂ ଶକ୍ତିବାନ କରିବା ସହିତ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ସ୍ୱଚ୍ଛତା, ଗୁଣବତ୍ତା ଏବଂ ସୁବିଧାଜନକ ପାନୀୟ ପ୍ରଦାନ କରିଥାଏ। ଯେତେବେଳେ ଆମେ ଏକ ସମ୍ପୁର୍ଣ୍ଣ ପାନୀୟ ଏବଂ ଉପଭୋକ୍ତା ଉତ୍ପାଦ କମ୍ପାନୀ ହେବା ଦିଗରେ ଆମର ଯାତ୍ରାରେ ଆମର ପୋର୍ଟଫୋଲିଓକୁ ବିସ୍ତାର କରୁଛୁ ଏବଂ ଏକ ବିବିଧ ବର୍ଗର ପାନୀୟ ଅନ୍ତର୍ଭୂକ୍ତ କରୁଛୁ, ଗ୍ଲୁକୋ ଏନର୍ଜି ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ବିଷୟରେ ଆମର ଗଭୀର ଅଭିଜ୍ଞତା ଏବଂ ସେମାନଙ୍କର ଦୈନନ୍ଦିନ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବାନେଇ ଆମର ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି।”