ଭୁବନେଶ୍ୱର,୨୯/୧୧: ରିଲାଏନ୍ସ  ଡିଜିଟାଲ ପୁଣି ଥରେ ଆଣିଛି ‘ବ୍ଲାକ୍‌  ଫ୍ରାଇଡେ ସେଲ୍‌’ । ଏହା ମାଧ୍ୟମରେ ବର୍ଷକର ସବୁଠୁ ଆକର୍ଷଣୀୟ ଅଫର୍‌  ପାଇପାରିବେ ଗ୍ରାହକ । ଏ ଅଫର  ଡିସେମ୍ବର ୨ ପର୍ଯ୍ୟନ୍ତ ଚାଲିବ । ଏହା  ଅନ୍ତର୍ଗତ ଗ୍ରାହକ ରିଲାଏନ୍ସ ଡିଜିଟାଲ, ମାଇଁ  ଜିଓ ଷ୍ଟୋର ଏବଂ www.reliancedigital.in ରେ ବ୍ୟାପକ ବର୍ଗର ଇଲେକ୍ଟ୍ରୋନିକ୍ସ  ଯଥା ସ୍ମାର୍ଟଫୋନ୍‌, ଲାପ୍‌ଟପ, ହୋମ୍‌  ଆପ୍ଲିଆନ୍ସେସ୍‌ ଏବଂ ଅନ୍ୟାନ୍ୟ ଉତ୍ପାଦ  ଉପରେ ଆକର୍ଷଣୀୟ ଅଫର ପାଇବେ । 

ଏ ବର୍ଷ ସେଲ୍‌ରେ ଗ୍ରାହକ  ଆଇସିଆଇସିଆଇ ବ୍ୟାଙ୍କ, ଆଇଡିଏଫ୍‌ସି  ଫାର୍ଷ୍ଟ ବ୍ୟାଙ୍କ ଏବଂ ୱାନ୍‌ କାର୍ଡର ନିର୍ଦ୍ଦିଷ୍ଟ  ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡରେ  ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ତତ୍କାଳ ରିହାତି  ପାଇପାରିବେ । କଞ୍ଜ୍ୟୁମର ଡୁରେବଲ  ଲୋନ୍‌ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ  ବଜାଜ ଫିନ୍‌ସର୍ଭ ଏବଂ ଆଇଡିଏଫ୍‌ସି ଫାର୍ଷ୍ଟ  ବ୍ୟାଙ୍କ ଭଳି ଫାଇନାନ୍ସ ପାର୍ଟନରମାନଙ୍କ  ପକ୍ଷରୁ ୨୨,୫୦୦ ଟଙ୍କା ପର୍ଯ୍ୟନ୍ତ  କ୍ୟାସ୍‌ବ୍ୟାକ୍‌ ଉପଲବ୍ଧ । ବ୍ଲାକ୍‌ ଫ୍ରାଇଡେ’  ସେଲ୍‌ ଅବସରରେ ଆପଲ ପ୍ରଡକ୍ଟଗୁଡ଼ିକ  ନିମ୍ନ ଦରରେ ଉପଲବ୍ଧ ରହିଛି । ୭୦,୯୦୦  ଟଙ୍କା ମୂଲ୍ୟରେ ଆଇଫୋନ୍‌ ୧୬ ଉପଲବ୍ଧ  ଥିବାବେଳେ ମାସିକ ସର୍ବନିମ୍ନ ୧୩୭୧  ଟଙ୍କା କିସ୍ତିରେ ଆଇପ୍ୟାଡ୍‌ ନେଇପାରିବେ  ଗ୍ରାହକ । ରିଲାଏନ୍ସ ଡିଜିଟାଲରୁ ଆପଲ୍‌  ୱାଚ୍‌ କିଣି ୱାକ୍‌ କରିବା ସହିତ ପଏଣ୍ଟ  ଲାଭ କରିବେ ଗ୍ରାହକ । ସ୍ୱତନ୍ତ୍ର ମାଇଲଖୁଣ୍ଟ  ପରେ ପଏଣ୍ଟଗୁଡ଼ିକୁ ରିଦିମ୍‌ କରି ଉକ୍ତ  ଆପଲ୍‌ ୱାଚ୍‌କୁ ମାଗଣାରେ ପାଇପାରିବେ । 

 ନିଜ ପସନ୍ଦର ସାଇଡ୍‌-ବାୟ-ସାଇଡ୍‌  ରେଫ୍ରିଜରେଟର କିଣି ଗ୍ରାହକ ୨୫,୦୦୦  ଟଙ୍କା ପର୍ଯ୍ୟନ୍ତ ତତ୍କାଳ ରିହାତି ପାଇବେ  ଏବଂ ମାତ୍ର ୧୯୯୯ ଟଙ୍କା ଦେଇ ୮୯୯୫  ଟଙ୍କା ମୂଲ୍ୟର ଫିଲିପ୍ସ ଏୟାର୍‌ ଫ୍ରାୟର  ପାଇପାରିବେ । ୱାଶିଂ ମେଶିନ୍‌ ଏବଂ ସ୍ମାର୍ଟ  ଇନ୍‌ଭର୍ଟର ଏସି, ଟିଭି ଏବଂ ଅନ୍ୟାନ୍ୟ  ପ୍ରଡକ୍ଟଗୁଡ଼ିକ ଉପରେ ମନଲୋଭା ଅଫର  ରହିଥିବା ଷ୍ଟୋର ପକ୍ଷରୁ କୁହାଯାଇଛି ।