ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଉତ୍କଳ ଦିବସ ପାଇଁ ରିଲାଏନ୍ସ ଡିଜିଟାଲର ଗ୍ରାଣ୍ଡ୍‌ ସେଲିବ୍ରେସନ, ନିର୍ଦ୍ଦିଷ୍ଟ ଏସି କିଣିଲେ ଟିଭି ମାଗଣା

Published By : Prameya | March 30, 2025 2:53 PM

ଭୁବନେଶ୍ୱର,୩୦/୦୩: ଉତ୍କଳ ଦିବସକୁ  ସ୍ୱତନ୍ତ୍ର ଭାବେ ପାଳନ କରୁଛି ରିଲାଏନ୍ସ ଡିଜିଟାଲ । ରାଜ୍ୟର ପ୍ରତି ଷ୍ଟୋରରେ ଏଥି ଲାଗି ଗ୍ରାହକଙ୍କ ସହ ଗ୍ରାଣ୍ଡ୍‌ ସେଲିବ୍ରେସନ କରୁଛି । ରିଲାଏନ୍ସ ଡିଜିଟାଲ  ରାଜ୍ୟବାସୀଙ୍କୁ ଉତ୍କଳ ଦିବସର ଶୁଭକାମନା ଜଣାଇଛି ।  ଏହି ଅବସରକୁ ଆହୁରି ସ୍ୱତନ୍ତ୍ର କରିବା ଲାଗି ରାଜ୍ୟର  ପ୍ରତି ରିଲାଏନ୍ସ ଡିଜିଟାଲ  ଷ୍ଟୋରରେ ଗ୍ରାହକଙ୍କ ଲାଗି  ସର୍ବୋତ୍ତମ ଡିଲ୍‌ ଏବଂ  ଆକର୍ଷଣୀୟ ରିହାତି ପ୍ରଦାନ କରାଯାଉଛି । ଗ୍ରାହକ  ରିଲାଏନ୍ସ ଡିଜିଟାଲ ଷ୍ଟୋରରୁ  କିଣାକିଣି ଉପରେ ପ୍ରମୁଖ ବ୍ୟାଙ୍କଗୁଡ଼ିକର କାର୍ଡ  ଏବଂ ପେପର ଫାଇନାନ୍ସ ଉପରେ ୨୬ ହଜାର  ଟଙ୍କା ପର୍ଯ୍ୟନ୍ତ ରିହାତି/କ୍ୟାସ୍‌ବ୍ୟାକ ପାଇବେ  ବୋଲି ଷ୍ଟୋର କମ୍ପାନି ପକ୍ଷରୁ ସୂଚନା ମିଳିଛି । 

ସେହିଭଳି ନିମ୍ନତମ ମୂଲ୍ୟରେ ସାମଗ୍ରୀ ଯୋଗାଣ,  ସଦ୍ୟତମ ଟେକ୍ନୋଲୋଜିର ବିସ୍ତୃତ ସାମଗ୍ରୀ,  ନିର୍ଦ୍ଧିଷ୍ଟ ସୀମା ଯାଏ ମାଗଣା ସାମଗ୍ରୀ ଡେଲିଭରି,  ତ୍ୱରୀତ ଇନ୍‌ଷ୍ଟାଲେସନ ଏବଂ ସହଜ ଇଏମ୍‌ଆଇ  ସୁବିଧା ମିଳିବ । ଏକ ଟଙ୍କାର ଡାଉନପେମେଣ୍ଟ  ଦେଇ ଗ୍ରାହକ ଏସି କିଣିପାରିବେ । ଏହାବାଦ  ଏକ୍ସଚେଞ୍ଜ ଉପରେ ୧୨ ହଜାର ଟଙ୍କାର ବେନିଫିଟ  ଏବଂ ବର୍ଦ୍ଧିତ ଗ୍ୟାରେଣ୍ଟି ସୁବିଧା ମଧ୍ୟ ରହିଛି ।  ୧.୫ ଟନ୍‌ର ନିର୍ଦ୍ଧିଷ୍ଟ ବର୍ଗର ଇନଭର୍ଟର ଏସି କ୍ରୟ  ଉପରେ ଗୋଟିଏ ଟିଭି ମାଗଣା ମିଳିବ । ୧.୫  ଟନ୍‌ ଇନଭର୍ଟର ଏସି ୩୨,୯୯୦ ଟଙ୍କାର ଆରମ୍ଭ ମୂଲ୍ୟରେ ମିଳୁଛି । ସେହିଭଳି ୨ ଟନ୍‌ର ଇନଭର୍ଟର  ଏସି ୩୯,୯୯୦ ଟଙ୍କା ଆରମ୍ଭ ମୂଲ୍ୟରୁ ମିଳିବ । 

ସୋନିର ୟୁଏଚ୍‌ଡି ବ୍ରାଭିଆ ଏସ୍‌ ୨୫ ଟିଭି  ୫୭,୪୯୦ ଟଙ୍କା, ଏଲ୍‌ଜିର କ୍ୟୁଏନ୍‌ଇଡି-୮୩  ୫୫ ଇଞ୍ଚ ଟିଭି ୬୯,୯୯୦ ଟଙ୍କା, ସାମସଙ୍ଗର କ୍ୟୁଏନ୍‌୮୫ଡି ୫୫ ଇଞ୍ଚ ଟିଭି ୮୪,୯୯୦ ଟଙ୍କାରେ  ଉପଲବ୍ଧ । ଆଇଫୋନ ୧୬ର ମୂଲ୍ୟ ୬୬,୯୯୦ ଟଙ୍କା  ରହିଛି । ସାମ୍‌ସଙ୍ଗ ଏ୩୬, ଏ୫୬ ୫ଜି ୨୯,୯୯୯  ଟଙ୍କା, ଓପୋ ଏଫ୍‌ ୨୯ ୫ଜି ୮ଜିବି/୧୨୮ ଜିବି  ୨୩,୯୯୯ ଟଙ୍କାରେ ମିଳିବ । ମ୍ୟାକ୍‌ ବୁକ ଏୟାର  ଏ୪ ୧୬ ଜିବି/୨୫୬ ଜିବିର ମୂଲ୍ୟ ୫୮,୯୦୦  ଟଙ୍କା ରହିଥିବା ବେଳେ ଏହାକୁ ୨୯୯୯ ଟଙ୍କାର ନୋ  କଷ୍ଟ ଇଏମ୍‌ଆଇରେ ନେଇପାରିବେ । ୧୦ ପିଢ଼ିର  ଆଇପ୍ୟାଡ ୨୪,୯୦୦ ଟଙ୍କାରୁ ଆରମ୍ଭ ହେଉଛି ।  ସେହିଭଳି ଅନ୍ୟ ସାମଗ୍ରୀ ଉପରେ ଗ୍ରାହକ ଆକର୍ଷଣୀୟ  ରିହାତି ପାଇବେ । ଗ୍ରାହକ ସୋମନାଥ ରାଏ କୁହନ୍ତି,  ଉତ୍କଳ ଦିବସ ଉପଲକ୍ଷେ ଷ୍ଟୋର ପକ୍ଷରୁ ପ୍ରଦାନ  କରାଯାଉଥିବା ଆକର୍ଷଣୀୟ ଅଫର ଗ୍ରାହକଙ୍କୁ  ବେଶ ଲାଭ ଦେବ । ନିୟମିତ ବ୍ୟବଧାନରେ ଷ୍ଟୋର  ପରିଦର୍ଶନ କରୁଥିବା ବେଳେ ଏହି ଅଫର ଲାଭ ଉଠାଇ  ଇଲେକଟ୍ରୋନିକ୍ସ ଗ୍ୟାଜେଟ୍‌ କିଣି ଅତ୍ୟନ୍ତ ଖୁସି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.