ଭୁବନେଶ୍ୱର,୩୦/୦୩: ଉତ୍କଳ ଦିବସକୁ  ସ୍ୱତନ୍ତ୍ର ଭାବେ ପାଳନ କରୁଛି ରିଲାଏନ୍ସ ଡିଜିଟାଲ । ରାଜ୍ୟର ପ୍ରତି ଷ୍ଟୋରରେ ଏଥି ଲାଗି ଗ୍ରାହକଙ୍କ ସହ ଗ୍ରାଣ୍ଡ୍‌ ସେଲିବ୍ରେସନ କରୁଛି । ରିଲାଏନ୍ସ ଡିଜିଟାଲ  ରାଜ୍ୟବାସୀଙ୍କୁ ଉତ୍କଳ ଦିବସର ଶୁଭକାମନା ଜଣାଇଛି ।  ଏହି ଅବସରକୁ ଆହୁରି ସ୍ୱତନ୍ତ୍ର କରିବା ଲାଗି ରାଜ୍ୟର  ପ୍ରତି ରିଲାଏନ୍ସ ଡିଜିଟାଲ  ଷ୍ଟୋରରେ ଗ୍ରାହକଙ୍କ ଲାଗି  ସର୍ବୋତ୍ତମ ଡିଲ୍‌ ଏବଂ  ଆକର୍ଷଣୀୟ ରିହାତି ପ୍ରଦାନ କରାଯାଉଛି । ଗ୍ରାହକ  ରିଲାଏନ୍ସ ଡିଜିଟାଲ ଷ୍ଟୋରରୁ  କିଣାକିଣି ଉପରେ ପ୍ରମୁଖ ବ୍ୟାଙ୍କଗୁଡ଼ିକର କାର୍ଡ  ଏବଂ ପେପର ଫାଇନାନ୍ସ ଉପରେ ୨୬ ହଜାର  ଟଙ୍କା ପର୍ଯ୍ୟନ୍ତ ରିହାତି/କ୍ୟାସ୍‌ବ୍ୟାକ ପାଇବେ  ବୋଲି ଷ୍ଟୋର କମ୍ପାନି ପକ୍ଷରୁ ସୂଚନା ମିଳିଛି । 

ସେହିଭଳି ନିମ୍ନତମ ମୂଲ୍ୟରେ ସାମଗ୍ରୀ ଯୋଗାଣ,  ସଦ୍ୟତମ ଟେକ୍ନୋଲୋଜିର ବିସ୍ତୃତ ସାମଗ୍ରୀ,  ନିର୍ଦ୍ଧିଷ୍ଟ ସୀମା ଯାଏ ମାଗଣା ସାମଗ୍ରୀ ଡେଲିଭରି,  ତ୍ୱରୀତ ଇନ୍‌ଷ୍ଟାଲେସନ ଏବଂ ସହଜ ଇଏମ୍‌ଆଇ  ସୁବିଧା ମିଳିବ । ଏକ ଟଙ୍କାର ଡାଉନପେମେଣ୍ଟ  ଦେଇ ଗ୍ରାହକ ଏସି କିଣିପାରିବେ । ଏହାବାଦ  ଏକ୍ସଚେଞ୍ଜ ଉପରେ ୧୨ ହଜାର ଟଙ୍କାର ବେନିଫିଟ  ଏବଂ ବର୍ଦ୍ଧିତ ଗ୍ୟାରେଣ୍ଟି ସୁବିଧା ମଧ୍ୟ ରହିଛି ।  ୧.୫ ଟନ୍‌ର ନିର୍ଦ୍ଧିଷ୍ଟ ବର୍ଗର ଇନଭର୍ଟର ଏସି କ୍ରୟ  ଉପରେ ଗୋଟିଏ ଟିଭି ମାଗଣା ମିଳିବ । ୧.୫  ଟନ୍‌ ଇନଭର୍ଟର ଏସି ୩୨,୯୯୦ ଟଙ୍କାର ଆରମ୍ଭ ମୂଲ୍ୟରେ ମିଳୁଛି । ସେହିଭଳି ୨ ଟନ୍‌ର ଇନଭର୍ଟର  ଏସି ୩୯,୯୯୦ ଟଙ୍କା ଆରମ୍ଭ ମୂଲ୍ୟରୁ ମିଳିବ । 

ସୋନିର ୟୁଏଚ୍‌ଡି ବ୍ରାଭିଆ ଏସ୍‌ ୨୫ ଟିଭି  ୫୭,୪୯୦ ଟଙ୍କା, ଏଲ୍‌ଜିର କ୍ୟୁଏନ୍‌ଇଡି-୮୩  ୫୫ ଇଞ୍ଚ ଟିଭି ୬୯,୯୯୦ ଟଙ୍କା, ସାମସଙ୍ଗର କ୍ୟୁଏନ୍‌୮୫ଡି ୫୫ ଇଞ୍ଚ ଟିଭି ୮୪,୯୯୦ ଟଙ୍କାରେ  ଉପଲବ୍ଧ । ଆଇଫୋନ ୧୬ର ମୂଲ୍ୟ ୬୬,୯୯୦ ଟଙ୍କା  ରହିଛି । ସାମ୍‌ସଙ୍ଗ ଏ୩୬, ଏ୫୬ ୫ଜି ୨୯,୯୯୯  ଟଙ୍କା, ଓପୋ ଏଫ୍‌ ୨୯ ୫ଜି ୮ଜିବି/୧୨୮ ଜିବି  ୨୩,୯୯୯ ଟଙ୍କାରେ ମିଳିବ । ମ୍ୟାକ୍‌ ବୁକ ଏୟାର  ଏ୪ ୧୬ ଜିବି/୨୫୬ ଜିବିର ମୂଲ୍ୟ ୫୮,୯୦୦  ଟଙ୍କା ରହିଥିବା ବେଳେ ଏହାକୁ ୨୯୯୯ ଟଙ୍କାର ନୋ  କଷ୍ଟ ଇଏମ୍‌ଆଇରେ ନେଇପାରିବେ । ୧୦ ପିଢ଼ିର  ଆଇପ୍ୟାଡ ୨୪,୯୦୦ ଟଙ୍କାରୁ ଆରମ୍ଭ ହେଉଛି ।  ସେହିଭଳି ଅନ୍ୟ ସାମଗ୍ରୀ ଉପରେ ଗ୍ରାହକ ଆକର୍ଷଣୀୟ  ରିହାତି ପାଇବେ । ଗ୍ରାହକ ସୋମନାଥ ରାଏ କୁହନ୍ତି,  ଉତ୍କଳ ଦିବସ ଉପଲକ୍ଷେ ଷ୍ଟୋର ପକ୍ଷରୁ ପ୍ରଦାନ  କରାଯାଉଥିବା ଆକର୍ଷଣୀୟ ଅଫର ଗ୍ରାହକଙ୍କୁ  ବେଶ ଲାଭ ଦେବ । ନିୟମିତ ବ୍ୟବଧାନରେ ଷ୍ଟୋର  ପରିଦର୍ଶନ କରୁଥିବା ବେଳେ ଏହି ଅଫର ଲାଭ ଉଠାଇ  ଇଲେକଟ୍ରୋନିକ୍ସ ଗ୍ୟାଜେଟ୍‌ କିଣି ଅତ୍ୟନ୍ତ ଖୁସି।