ଭୂବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ଆୟ ପୂର୍ବ ବର୍ଷ ସମାନ ତ୍ରୈମାସିକ ତୁଳନାରେ ୬ ପ୍ରତିଶତ ବୃଦ୍ଧି ସହିତ ୨୭୩,୨୫୨ କୋଟି ଟଙ୍କା ହୋଇଛି। ଜିଓ, ରିଟେଲ ଏବଂ ତୈଳରୁ ରସାୟନ କ୍ଷେତ୍ରରେ ଲାଭରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ। ଅନ୍ୟାନ୍ୟ ଆୟ ମଧ୍ୟରେ ଏସିଆନ ପେଣ୍ଟସରେ ନିବେଶର ବିକ୍ରିରୁ ୮୯୨୪ କୋଟି ଟଙ୍କା ହାସଲ ହୋଇଛି। ଜିଓ ପ୍ଲାଟଫର୍ମସ ଲିମିଟେଡ଼ର ପ୍ରଥମ ତ୍ରୈମାସିକ ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୨୫ ପ୍ରତିଶତ ବୃଦ୍ଧି ପାଇ ୭୧୧୦ କୋଟି ଟଙ୍କା ହୋଇଛି ।
ଜିଓ ପ୍ଲାଟଫର୍ମସର ତ୍ରୈମାସିକ ରାଜସ୍ବ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୧୮.୮ ପ୍ରତିଶତ ବୃଦ୍ଧି ପାଇ ୪୧୦୫୪ କୋଟି ଟଙ୍କା ହୋଇଛି । ଏହି ତ୍ରୈମାସିକରେ ୯୯ ଲକ୍ଷ ଗ୍ରାହକ ଯୋଡିବା ସହିତ ଜିଓ ଉପଭୋକ୍ତାଙ୍କ ମୋଟ ସଂଖ୍ୟା ୪୯.୮୧ କୋଟିରେ ପହଞ୍ଚିଛି । ଜିଓ ୨୦ କୋଟି ୫ଜି ଉପଭୋକ୍ତା ମାଇଲଖୁଣ୍ଟ ହାସଲ କରିବା ସହିତ ଜିଓ ଟ୍ରୁ ୫ଜି ଗ୍ରାହକ ସଂଖ୍ୟା ୨୧.୨ କୋଟିରେ ପହଞ୍ଚିଛି । ଜିଓ ୨ କୋଟିରୁ ଅଧିକ ହୋମ ବ୍ରଡ଼ବ୍ୟାଣ୍ଡ ସଂଯୋଗ ହାସଲ କରିଛି ।
ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ର ରାଜସ୍ବ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୧୧.୩ ପ୍ରତିଶତ ବୃଦ୍ଧି ପାଇ ୮୪୧୭୧ କୋଟି ଟଙ୍କା ହୋଇଛି । ଏହି ତ୍ରୈମାସିକରେ ରିଲାଏନ୍ସ ରିଟେଲ ୩୮୮ ନୂଆ ଷ୍ଟୋର ଖୋଲିବା ସହିତ ଏହାର ମୋଟ ଷ୍ଟୋର ସଂଖ୍ୟା ୧୯୫୯୨ ରେ ପହଞ୍ଚିଛି । ୩୫.୮ କୋଟି ଗ୍ରାହକଙ୍କ ସହିତ ରିଲାଏନ୍ସ ରିଟେଲ ଭାରତର ସର୍ବାଧିକ ପସନ୍ଦିତ ରିଟେଲର ହୋଇଛି ।
ଜିଓମାର୍ଟ କ୍ୱିକ ଡେଲିଭେରିରେ ଦୈନିକ ଅର୍ଡର ପୂର୍ବ ବର୍ଷ ତୁଳନାରେ ୧୭୫ ପ୍ରତିଶତ ବୃଦ୍ଧି ପାଇଛି ଏବଂ ପୂର୍ବ ତ୍ରୈମାସିକ ତୁଳନାରେ ୬୮ ପ୍ରତିଶତ ବୃଦ୍ଧି ପାଇଛି ।