ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଲାଭ ୭୬.୫% ବୃଦ୍ଧି, ନେଟ୍‌ ଲାଭ ରେକର୍ଡ ୩୦୭୮୩ କୋଟି ଟଙ୍କା

Published By : Prameya | July 19, 2025 12:39 PM

ଭୁବନେଶ୍ୱର,୧୯/୦୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌  ଲିମିଟେଡ୍‌ ଏହାର ପ୍ରଥମ ତ୍ରୟମାସିକ ଫଳାଫଳ  ପ୍ରକାଶ କରିଛି । ପୂର୍ବବର୍ଷ ତୁଳନାରେ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ କମ୍ପାନିର ଲାଭ  ୭୬.୫% ବଢ଼ିଛି । ନେଟ୍‌ ଲାଭ ରହିଛି ରେକର୍ଡ  ୩୦୭୮୩ କୋଟି ଟଙ୍କା । କମ୍ପାନିର ମୋଟ ଆୟ  ପୂର୍ବ ବର୍ଷ ସମାନ ତ୍ରୈମାସ ତୁଳନାରେ ୬% ବୃଦ୍ଧି  ସହିତ ୨,୭୩,୨୫୨ କୋଟି ଟଙ୍କା ହୋଇଛି । ଜିଓ,  ରିଟେଲ ଏବଂ ତୈଳରୁ ରସାୟନ କ୍ଷେତ୍ରରେ ଲାଭରେ  ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ ହୋଇଛି ।  

ଅନ୍ୟାନ୍ୟ ଆୟ ମଧ୍ୟରେ ଏସିଆନ ପେଣ୍ଟ୍‌ସରେ ନିବେଶର ବିକ୍ରିରୁ ୮୯୨୪ କୋଟି ଟଙ୍କା ହାସଲ  ହୋଇଛି  । ଜିଓ ପ୍ଲାଟଫର୍ମସ ଲିମିଟେଡ୍‌ର ପ୍ରଥମ  ତ୍ରୈମାସିକ ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୨୫%  ବୃଦ୍ଧି ପାଇ ୭୧୧୦ କୋଟି ଟଙ୍କା ହୋଇଛି  । ଜିଓ  ପ୍ଲାଟ୍‌ଫର୍ମସର ତ୍ରୈମାସିକ ରାଜସ୍ୱ ପୂର୍ବ ବର୍ଷ ସମାନ  ସମୟ ତୁଳନାରେ ୧୮.୮% ବୃଦ୍ଧି ପାଇ ୪୧୦୫୪  କୋଟି ଟଙ୍କା ହୋଇଛି  । ଏହି ତ୍ରୈମାସରେ ୯୯ ଲକ୍ଷ  ଗ୍ରାହକ ଯୋଡ଼ିବା ସହିତ ଜିଓ ଉପଭୋକ୍ତାଙ୍କ ମୋଟ  ସଂଖ୍ୟା ୪୯.୮୧ କୋଟିରେ ପହଞ୍ଚିଛି  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.