ଭୁବନେଶ୍ୱର,୧୯/୦୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌  ଲିମିଟେଡ୍‌ ଏହାର ପ୍ରଥମ ତ୍ରୟମାସିକ ଫଳାଫଳ  ପ୍ରକାଶ କରିଛି । ପୂର୍ବବର୍ଷ ତୁଳନାରେ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ କମ୍ପାନିର ଲାଭ  ୭୬.୫% ବଢ଼ିଛି । ନେଟ୍‌ ଲାଭ ରହିଛି ରେକର୍ଡ  ୩୦୭୮୩ କୋଟି ଟଙ୍କା । କମ୍ପାନିର ମୋଟ ଆୟ  ପୂର୍ବ ବର୍ଷ ସମାନ ତ୍ରୈମାସ ତୁଳନାରେ ୬% ବୃଦ୍ଧି  ସହିତ ୨,୭୩,୨୫୨ କୋଟି ଟଙ୍କା ହୋଇଛି । ଜିଓ,  ରିଟେଲ ଏବଂ ତୈଳରୁ ରସାୟନ କ୍ଷେତ୍ରରେ ଲାଭରେ  ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ ହୋଇଛି ।  

ଅନ୍ୟାନ୍ୟ ଆୟ ମଧ୍ୟରେ ଏସିଆନ ପେଣ୍ଟ୍‌ସରେ ନିବେଶର ବିକ୍ରିରୁ ୮୯୨୪ କୋଟି ଟଙ୍କା ହାସଲ  ହୋଇଛି  । ଜିଓ ପ୍ଲାଟଫର୍ମସ ଲିମିଟେଡ୍‌ର ପ୍ରଥମ  ତ୍ରୈମାସିକ ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୨୫%  ବୃଦ୍ଧି ପାଇ ୭୧୧୦ କୋଟି ଟଙ୍କା ହୋଇଛି  । ଜିଓ  ପ୍ଲାଟ୍‌ଫର୍ମସର ତ୍ରୈମାସିକ ରାଜସ୍ୱ ପୂର୍ବ ବର୍ଷ ସମାନ  ସମୟ ତୁଳନାରେ ୧୮.୮% ବୃଦ୍ଧି ପାଇ ୪୧୦୫୪  କୋଟି ଟଙ୍କା ହୋଇଛି  । ଏହି ତ୍ରୈମାସରେ ୯୯ ଲକ୍ଷ  ଗ୍ରାହକ ଯୋଡ଼ିବା ସହିତ ଜିଓ ଉପଭୋକ୍ତାଙ୍କ ମୋଟ  ସଂଖ୍ୟା ୪୯.୮୧ କୋଟିରେ ପହଞ୍ଚିଛି  ।