ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହେଲେ ରିଲାଏନ୍ସ ଜିଓ କର୍ମଚାରୀ

Published By : Gurupada Nath | October 2, 2024 11:01 PM

ଭୁବନେଶ୍ୱର, ୨/୧୦ : ସ୍ୱଚ୍ଛ ଭାରତ ମିଶନର ଦଶମ ବାର୍ଷିକୀ ପାଳନ ଅବସରରେ ଓଡ଼ିଶାର ୩୦ରୁ ଅଧିକ ସହରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସ୍ୱଚ୍ଛତା କାର୍ଯ୍ୟକ୍ରମ ଏବଂ ସ୍ୱଚ୍ଛତା ସଚେତନତା ଅଭିଯାନକୁ ଆଗକୁ ବଢ଼ାଇଛନ୍ତି ରିଲାଏନ୍ସ ଜିଓ କର୍ମଚାରୀ । ମଙ୍ଗଳବାର ସକାଳରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡିଶାର ୩୦ରୁ ଅଧିକ ସହରରେ ସ୍ୱତନ୍ତ୍ର ସ୍ୱଚ୍ଛତା ଡ୍ରାଇଭ ଏବଂ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆୟୋଜନ କରାଯାଇଥିଲା । ସାରା ଓଡିଶାର ୬୦୦ରୁ ଅଧିକ ଜିଓ କର୍ମଚାରୀ ଏହି ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ତଥା ସମାଜରେ ସ୍ୱଚ୍ଛତା ଏବଂ ସଠିକ ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ ।

ପ୍ରମୁଖ ସର୍ବସାଧାରଣ ସ୍ଥାନଗୁଡିକରେ ସ୍ୱଚ୍ଛତା ଡ୍ରାଇଭ ଜରିଆରେ ଜିଓ କର୍ମଚାରୀମାନେ ସଫେଇ ଅଭିଯାନ ସହିତ ସ୍ୱଚ୍ଛତା, ସଠିକ୍ ବର୍ଜ୍ୟବସ୍ତୁ ନିଷ୍କାସନ ଏବଂ ଉଭୟ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ପରିଷ୍କାର ପରିଚ୍ଛନ୍ନତା ଉପରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ । ସ୍ଥାନୀୟ ସମୁଦାୟ ସହିତ ସାମିଲ ହୋଇ ସର୍ବସାଧାରଣ ସ୍ଥାନଗୁଡିକୁ ସ୍ୱଚ୍ଛ ଓ ସୁନ୍ଦର କରିବାର ଏହି ଉଦ୍ୟମର ଉଦ୍ଦେଶ୍ୟ ଥିଲା ନାଗରିକମାନଙ୍କୁ ସ୍ୱଚ୍ଛତା ପ୍ରତି ରହିଥିବା ସେମାନଙ୍କର ଦାୟିତ୍ୱ ନେଇ ସଚେତନ କରିବା ଏବଂ ଏକ ସ୍ୱଚ୍ଛ ଓଡିଶା ଦିଗରେ ସହଯୋଗ କରିବାକୁ ପ୍ରେରଣା ଯୋଗାଇବା ।

ଏହି ଅଭିଯାନ ସ୍ୱଚ୍ଛ ଭାରତ ମିଶନର ମୂଳ ଉଦ୍ଦେଶ୍ୟ ଅନୁରୂପ ରହିଛି, ଯାହା ଗତ ଦଶନ୍ଧି ମଧ୍ୟରେ ସମଗ୍ର ଭାରତରେ ପରିମଳ ଏବଂ ପରିଷ୍କାର ପରିଚ୍ଛନ୍ନତା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆଣିଛି । ସ୍ୱଚ୍ଛ ଭାରତ ମିଶନ ଅଧୀନରେ ରାଷ୍ଟ୍ର ଏକ ଦଶନ୍ଧିର ପ୍ରଗତି ଉତ୍ସବ ପାଳନ କରୁଥିବାବେଳେ ରିଲାଏନ୍ସ ଜିଓ ଭାରତ ପାଇଁ ଏକ ସ୍ୱଚ୍ଛ ଏବଂ ଦୀର୍ଘ ସ୍ଥାୟୀ ଭବିଷ୍ୟତ ନେଇ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.