ନୂଆଦିଲ୍ଳୀ,୨୬।୨: ଘର କିଣିବାକୁ ସ୍ୱପ୍ନ ଦେଖୁଥିବା ଲୋକଙ୍କ ପାଇଁ ବଡ଼ ଧରଣର ଆଶ୍ୱସ୍ତି। ଆୟକର ବିଭାଗ ପ୍ରସ୍ତାବିତ ନୂତନ ଆୟକର ଢାଞ୍ଚା ଅଧୀନରେ ଡ୍ରାଫ୍ଟ ନିୟମ ଜାରି କରିଛି, ଯାହା ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ସହିତ ଜଡିତ ପାନ୍ ନିୟମରେ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛି। ଯଦି ଏହି ନିୟମଗୁଡ଼ିକ ଶେଷରେ କାର୍ଯ୍ୟକାରୀ ହୁଏ, ତେବେ କମ୍ ମୂଲ୍ୟର ସମ୍ପତ୍ତି କ୍ରୟ କରୁଥିବା ଲୋକଙ୍କ ପାଇଁ ପ୍ରକ୍ରିୟା ସହଜ ହୋଇପାରେ।

ବର୍ତ୍ତମାନ ନିୟମ ଏହା ରହିଛି ଯେ,ଯଦି ଜଣେ ବ୍ୟକ୍ତି ୧୦ ଲକ୍ଷ ଟଙ୍କାରୁ ଅଧିକ ସ୍ଥାବର ସମ୍ପତ୍ତି,ଯେପରିକି ଘର କିମ୍ବା ଫ୍ଲାଟ, କିଣନ୍ତି କିମ୍ବା ବିକନ୍ତି, ତେବେ ତାଙ୍କୁ ନିଜର ପ୍ୟାନ୍ ନମ୍ବର ଦେବା ବାଧ୍ୟତାମୂଳ ହେବ। ଅର୍ଥାତ ୧୦ଲକ୍ଷ କିମ୍ବା ତା’ଉପରୁ ପ୍ରତି ଡିଲ୍‌ରେ ପାନ୍‌ର ସୂଚନା ଦେବାକୁ ପଡିଥାଏ। କିନ୍ତୁ ନୂଆ ଡ୍ରାଫ୍ଟ ନିୟମରେ ଏହି ସୀମାକୁ ବଢାଇ ୨୦ ଲକ୍ଷ କରିବାର ପ୍ରସ୍ତାବ ରହିଛି। ଏହାର ଅର୍ଥ ଏହା ଯେ, ଯଦି ପ୍ରପର୍ଟିର ଦାମ୍ ୨୦ ଲକ୍ଷ ଟଙ୍କାରୁ କମ୍ ହୁଏ ତେବେ ଲେଣଦେଣରେ ପ୍ୟାନ୍ କାର୍ଡ ଦରକାର ପଡିବନି।

ଏହି ପରିବର୍ତ୍ତନ ବିଶେଷ ଭାବରେ ଛୋଟ ସହରରେ ଘର କିଣିବା ନେଇ ଆସିପାରେ। ଏବେ ବି ସେଠାରେ ୨୦ଲକ୍ଷ ଭିତରେ ଘର କିମ୍ବା ଜମି ମିଳିଯାଉଛି। ଏହି ଅଞ୍ଚଳରେ ରହୁଥିବା ଲୋକଙ୍କୁ ବଭିନ୍ନ ପ୍ରକାର କାଗଜପତ୍ର କାମ କରିବାକୁ ପଡିଥାଏ। ଏବେ ଛୋଟ ଟ୍ରାଞ୍ଜାକସନ୍ ଅପେକ୍ଷାକୃତ ସହଜ ହୋଇପାରେ। ତେବେ ଏହା ଧ୍ୟାନରେ ରଖିବା କଥା ଯେ, ଏହା ଏବେ କେବଳ ଡ୍ରାଫ୍ଟ ନିୟମ। ସରକାର ତାକୁ ପରାମର୍ଶ ଭାବରେ ଜାରି କରିଛି ଓ ଅନ୍ତିମ ନିଷ୍ପତ୍ତିର ଫିଡବ୍ୟାକ୍ ନେବା ପରେ ହିଁ ଧାର୍ଯ୍ୟ କରାଯିବ। ଆଶା କରାଯାଉଛି ଯେ, ଯଦି ସବୁକିଛି ଧାର୍ଯ୍ୟ ଯୋଜନା ଅନୁସାରେ ହୁଏ ତେବେ ନୂଆ ନିୟମ ୧ ଏପ୍ରିଲ ୨୦୨୬ରୁ ଲାଗୁ ହୋଇପାରେ।

କେବଳ ସମୟ ସୀମା ବଢାଇବାର ପ୍ରସ୍ତାବ ନୁହେଁ, ବଂର କିଛି ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କଥା କୁହାଯାଇଛି। ଉଦାହରଣ ଭାବରେ,ଯଦି କାହାକୁ ଗିଫ୍ଟ ଭାବରେ ସମ୍ପତ୍ତି ମିଳେ ତେବେ ଜଏଣ୍ଟ ଡେଭଲପମେଣ୍ଟ ଏଗ୍ରିମେଣ୍ଟ ଅନୁସାରେ ଜମି କିମ୍ବା ଫ୍ଲାଟ ଟ୍ରାନ୍ସଫର ହୁଏ,ତେବେ ଏଭଳି ମାମଲାକୁ ମଧ୍ୟ ପାନ୍ ଅନୁପାଳନ ପରିସରକୁ ଅଣାଯିବାର ପରମର୍ଶ ରହିଛି। ଏହାର ମୂଲ୍ୟ ଧାର୍ଯ୍ୟ ସୀମାଠାରୁ ଅଧିକ ହେଲେ ଏହାର ଉଦେଶ୍ୟ ବଡ଼ ଓ ଜଟିଳ ଡିଲ୍ ଉପରେ ନଜର ରଖିବା।

ଆହୁରି ପଢନ୍ତୁ :ହୋଲି ଭେଟି: ଗରିବ ପରିବାରକୁ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ କିଏ ଓ କିପରି ପାଇବେ ଏହି ସୁବିଧା ?