ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ବୈଦେଶିକ ମନ୍ତ୍ରଣାଳୟ ସୋମବାର ବଡ଼ ଧରଣର ଅପଡେଟ୍ ଦେଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଇସ୍ରାଏଲରେ ଥିବା ସମସ୍ତ ଭାରତୀୟ ନାଗରିକ ସୁରକ୍ଷିତ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧିର ଜୟସୱାଲକହିଛନ୍ତି, ସେଠାରେ ଜାରି ହିଂସାରେ ଏପର୍ଯ୍ୟନ୍ତ ୬ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇସାରିଛି, ଜଣେ ଆହତ ଏବଂ ଜଣେ ନିଖୋଜ ଅଛନ୍ତି।

ଏହା ପୂର୍ବରୁ ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଥିଲା ଯେ,ସାଉଦି ଆରବର ରାଜଧାନୀ ରିୟାଦରେ ୧୮ ମାର୍ଚ୍ଚରେ ହୋଇଥିବା ମିସାଇଲ ଓ ଡ୍ରୋନ୍ ହମଲାରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ସହିତ ପଶ୍ଚିମ ଏସିଆରେ ମୃତ ଭାରତୀୟଙ୍କ ସଂଖ୍ୟା ୬ରେ ପହଁଞ୍ଚିଛି। ଉପସାଗରୀୟ କ୍ଷେତ୍ରରେ ସାଉଦି ଆରବରେ ସଂଘର୍ଷ ଆରମ୍ଭ ହୋବପରେ ପ୍ରଥମ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା।

ଏହା ପୂର୍ବରୁ ଓମାନର ଏକ ଔଦଗିକ କ୍ଷେତ୍ର ଉପରେ ୧୩ ଫେବୃଆରୀରେ ହୋଇଥିବା ଆକ୍ରମଣରେ ଦୁଇ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା। ସେଭଳି ସଂଘର୍ଷ ଆରମ୍ଭ ହେବା ଦିନ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣରେ ତିନି ଭାରତୀୟ ନାବିକଙ୍କ ଜୀବନ ଯାଇଥିଲା। ଆଉ ଜଣେ ଭାରତୀୟ ଏବେ ବି ନିଖୋଜ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସଚିବ ଅସୀମ ମହାଜନ ରିୟାଦ ଘଟଣା ଉପରେ ସ୍ପଷ୍ଟ କରି କହିଛନ୍ତି,ଗୁରୁବାର ବିଳମ୍ବିତ ରାତିରେ ଆମେ ୧୮ ମାର୍ଚ୍ଚରେ ରିୟାଦ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ଦୁଃଖଦ ମୃତ୍ୟୁର ସୂଚନା ମିଳିଥିଲା। ଆମେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ବ୍ୟକ୍ତ କରୁଛୁ। ରିୟାଦ ସ୍ଥିତ ଦୂତାବାସ ତାଙ୍କ ପରିବାରକୁ ଯୋଗାଯୋଗ କରିଥିଲା।