ନୂଆଦିଲ୍ଲୀ: ପ୍ରଖ୍ୟାତ ହଂକଂ ସଂଗୀତଜ୍ଞ ଖଲିଲ 'ଫାଙ୍ଗ ଡାଟୋଙ୍ଗ' ଫଙ୍ଗ ଆଉ ନାହାନ୍ତି। ଏହି ଗୀତିକାର ପାଞ୍ଚ ବର୍ଷ ଧରି ଅସୁସ୍ଥତା ସହିତ ସଂଘର୍ଷ କରିବା ପରେ ଗତ ଫେବୃଆରୀ ୨୧ ତାରିଖରେ ୪୧ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ତେବେ ତାଙ୍କ ମୃତ୍ୟୁର ସଠିକ୍ କାରଣ ଏ ପର୍ଯ୍ୟନ୍ତ ଯାଏ ଜଣାପଡିନାହିଁ। ଏନେଇ ମାର୍ଚ୍ଚ ୧ ତାରିଖରେ କଙ୍ଗ ମ୍ୟୁଜିକ କମ୍ପାନି ଓ ଫୁ ମ୍ୟୁଜିକ ମିଳିତ ଭାବେ ଏକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ମୃତ୍ୟୁର କ ସପ୍ତାହ ପୂର୍ବରୁ ଫଙ୍ଗ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଜାରି କରିଥିଲେ। ଏହି ପୋଷ୍ଟରେ ସେ ତାଙ୍କ ନୂଆ ଗୀତ ଓଏଶିସର ପ୍ରମୋଶନ ବିଷୟରେ ଉଲ୍ଲେଖ କରିଥିଲେ।
ସୂଚନା ମୁତାବକ ଖଲିଲଙ୍କୁ ନିମୋଥୋରାକ୍ସ ବା ହଠାତ୍ ଫୁସଫୁସ ବନ୍ଦ ପଡ଼ିଯିବାର ଅସୁବିଧା ରହିଥିଲା। ଏନେଇ ତାଙ୍କୁ ୨୦୧୦ ମସିହାରୁ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତବର୍ଷ ଜୁଲାଇ ମାସରେ ଫଙ୍ଗ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ ଯେ ସେ ଏହି ସ୍ୱାସ୍ଥ୍ୟ ସମସ୍ୟାରୁ ଧିରେଧିରେ ସୁସ୍ଥ ହେଉଛନ୍ତି। ତେବେ କିଛିଦିନ ତଳେ ତାଙ୍କର ପ୍ରସିଦ୍ଧ ଆଲବମ ଡ୍ରିମର ରିଲିଜ ବେଳେ ତାଙ୍କ ସଙ୍ଗୀତଙ୍ଗ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା କଥା ସମସ୍ତଙ୍କୁ ଜଣାଇଥିଲେ।
୧୯୮୩ ମସିହାରେ ଆମେରିକାର ହାୱାଇରେ ଜନ୍ମଗ୍ରହଣ କରିଥିବା ଫୋଙ୍ଗ ହଂକଂକୁ ଯିବା ପୂର୍ବରୁ ଗୁଆଙ୍ଗଡଙ୍ଗ ଏବଂ ସାଂଘାଇରେ ରହୁଥିଲେ। ୧୯୯୦ ଦଶକ ଶେଷରେ ସେ ସଙ୍ଗୀତ ଦୁନିଆରେ ପ୍ରବେଶ କରିଥିଲେ। ସେ ଅତ୍ୟାଧୁନିକ ଆରଏନବି ସଙ୍ଗୀତକୁ ଚାଇନାର ବଜାରରେ ପରିଚିତ କରାଇବା ପାଇଁ ଜଣାଶୁଣା ଥିଲେ। ୨୦୦୫ ରେ, ସେ ତାଙ୍କର ଡେବ୍ୟୁ ଷ୍ଟୁଡିଓ ଆଲବମ୍ ସୋଲବୋଇକୁ ରିଲିଜ କରିଥିଲେ। ଯାହା ଏକ ବଡ଼ ହିଟ୍ ସାବ୍ୟସ୍ତ ହୋଇଥିଲା।
ସ୍ୱାସ୍ଥ୍ୟଗତ କାରଣରୁ ୨୦୧୬ ମସିହାରେ ନିଜ କ୍ୟରିୟରରୁ ବିରତି ନେବା ପୂର୍ବରୁ ସେ ନଅଟି ଷ୍ଟୁଡିଓ ଆଲବମ୍ ରିଲିଜ୍ କରିଥିଲେ। ସଙ୍ଗୀତ ତିଆରି କରିବା ବ୍ୟତୀତ ସେ ଏକ ସ୍ୱାଧୀନ ମ୍ୟୁଜିକ୍ ଲେବଲ୍, ଫୁ ମ୍ୟୁଜିକ୍ ମଧ୍ୟ ଲଞ୍ଚ କରିଥିଲେ। ଚାଇନାର ସଙ୍ଗୀତ ଜଗତର ଜଣାଶୁଣା ସଂଗୀତକାର ଡେଭିଡ୍ ଟାଓ ଏବଂ ଜୟ ଚୋଉଙ୍କର ହଂକଂ ସଂସ୍କରଣକୁ ସେ ନୂଆରୁପ ଦେଇଥିବା ଦେଇଥିଲେ। ତେବେ ହଙ୍ଗ୍ ଅନେକ ବର୍ଷ ଧରି ବହୁ ସମ୍ମାନଜନକ ସଙ୍ଗୀତ ପୁରସ୍କାର ମଧ୍ୟ ଜିତିଥିଲେ।