ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ବାରାକ୍‌ରେ ରିଜର୍ଭ ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଠାଯିବ ମୃତଦେହ

Published By : Harapriya Sethi | February 13, 2025 10:09 AM

ଭୁବନେଶ୍ୱର, ୧୩ /୦୨: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ପୋଲିସ ବାରାକ୍‌ରେ ଜଣେ ରିଜର୍ବ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଶୋଇଥିବା ସମୟରେ ତାଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ ପୋଲିସ ଜଣକ ହେଉଛନ୍ତି ଦିଲ୍ଲୀପ କୁମାର ମିଶ୍ର (୫୦)। ଦିଲ୍ଲୀପ ସୁବର୍ଣ୍ଣପୁର ରିଜର୍ଭ ପୋଲିସରେ କର୍ଯ୍ୟରଟ ଥିଲେ l 

ସୂଚନା ମୁତାବକ, ବିନିକା ସହର ଠାରେ ଚାଲୁଥିବା ପାପକ୍ଷୟ ଲୋକ ମହୋତ୍ସବ ପାଇଁ କାର୍ଯ୍ୟରେ ଆସିଥିଲେ ଦିଲ୍ଲୀପ କୁମାର ମିଶ୍ର । ବୁଧବାର କାମ ସାରିବା ପରେ ପୋଲିସ ବାରାକ୍‌କୁ ଯାଇ ଶୋଇଥିଲେ । ସକାଳୁ ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ ଉଠାଇବା ବେଳେ ସେ ଉଠିନଥିଲେ । ଏହା ଦେଖି ତୁରନ୍ତ ତାଙ୍କ ସହକର୍ମୀ ଡାକ୍ତରଙ୍କୁ ଡାକିଥିଲେ । ବାରାକ୍‌କୁ ଡାକ୍ତର ଆସି ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ମୃତଦେହ ପୋଲିସ ବାରାକ୍‌ରେ ପଡ଼ି ରହିଛି ।ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ଉଠାଯିବ ବୋଲି ପୋଲିସ ପାଖରୁ ସୂଚନା ମିଳିଛି । କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଜଣା ପଡ଼ି ନଥିବା ବେଳେ, ଶବ ବ୍ୟବଚ୍ଛେଦ ପରେ ସୂଚନା ମିଳିବ ବୋଲି ଜଣା ପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.