ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭୁବନେଶ୍ବରରେ ଭାରୀଯାନ ଚଳାଚଳ ଉପରେ କଟକଣା, ସନ୍ଧ୍ୟା ୫ ରୁ ରାତି ୧୦ ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଗଡିବନି ଭାରୀ ଯାନ

Published By : Suraj Kumar | January 23, 2025 10:52 PM

ଭୁବନେଶ୍ବର,୨୩।୧ : ଭୁବନେଶ୍ବର ସହର ଦେଇ ଯାଇଥିବା  ଜାତୀୟ ରାଜପଥ  ଏବଂ ରାଜ୍ୟ ରାଜପଥରେ ସନ୍ଧ୍ୟା ସମୟରେ ଟ୍ରାଫିକ ସମସ୍ୟା ଦେଖା ଦେଉଛି। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ  ଭାରୀ ଯାନ ଚଳାଚଳ ଉପରେ  କଟକଣା  ଜାରି କରାଯାଇଛି। ସନ୍ଧ୍ୟା ୫ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରିଛନ୍ତି ଭୁବନେଶ୍ବର-କଟକ ପୋଲିସ କମିଶନର ଏସ. ଦେବବତ୍ତ ସିଂହ।

 କଟକଣା  ସମୟରେ ଖୋର୍ଦ୍ଧା ପଟୁ କଟକ ଆସୁଥିବା ଭାରୀ ଯାନ ଯଥା ଟ୍ରକ ଓ ଟ୍ରେଲର ପିତାପଲ୍ଲୀ ଛକଠାରୁ ଭୁବନେଶ୍ବର ଭିତରକୁ ଆସିପାରିବେ ନାହିଁ। ସେହି ଯାନ ଗୁଡିକ ପିତାପଲ୍ଲୀ ଛକଠାରୁ ଚନ୍ଦକା ଛକ ଦେଇ କଟକ ଯାଇପାରିବେ।ସେହିପରି ମଞ୍ଚେଶ୍ବର ଶିଳ୍ପାଞ୍ଚଳ ପଟୁ କୌଣସି ପ୍ରକାରର ଭାରୀ ଯାନ  ରସୁଲଗଡ ଛକ ଆଡକୁ ଆସିପାରିବ ନାହିଁ। ଏହି  ନିୟମ ଖିଲାପ କଲେ   ୫୦୦ ଟଙ୍କା କିମ୍ବା  ସର୍ବାଧିକ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କମିଶନର ନିର୍ଦେଶ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.