ପ୍ରମୂଖ ଖବର
  • ବରଗଡ଼ : ଦେବରାଜ ହତ୍ୟା ଘଟଣାର ପର୍ଦାଫାଶ, ୨ ଗିରଫ; ପୁଲିସର ସିନ୍ ରିକ୍ରିଏସନ
  • ||
  • ରଥ ଯାତ୍ରାରେ ଶ୍ରୀକ୍ଷେତ୍ରକୁ ଚାଲିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
  • ||
  • ମାଲକାନଗିରି: ଛତିଶଗଡ଼ ସୁକୁମା କୋଣ୍ଟାରେ IED ବିସ୍ଫୋରଣ, ASP ଆକାଶ ରାଓ ଶହୀଦ
  • ||
  • ପୁରୀ: ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
  • ||
  • ମୁମ୍ବାଇରେ ଚଳନ୍ତା ଲୋକାଲ୍ ଟ୍ରେନ୍‌ରୁ ଖସିପଡ଼ି ଚାଲିଗଲା ୫ ଜୀବନ, ଅନେକ ଗୁରୁତର
  • ||
  • ସୁନ୍ଦରଗଡ଼ : ଶାଗ ତୋଳିବା ହେଲା କାଳ, ଗଛରୁ ପଡ଼ି ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ଼ : ଭାଇର ଲୁହା ଛଡ଼ ମାଡ଼ରେ ଭଉଣୀ ମୃତ, ଭାଉଜକୁ ବଞ୍ଚାଇବାକୁ ଯାଇ ଜୀବନ ଗଲା
  • ||
  • ୧୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ଟ୍ୱିଷ୍ଟ, ପତ୍ନୀ ସୋନମ ୟୁପିରୁ ଗିରଫ
  • ||
  • ଢେଙ୍କାନାଳ : ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼
  • ||
  • ଆମେରିକାର ଟେନେସିରେ ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ
  • ||
  • କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ
  • ||
  • ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା; ମିଶନ୍ ଆକ୍ସିଓମ୍ -୪କୁ ସଫଳ କରିବେ ଶୁଭାଂଶୁ ଶୁକ୍ଳା
  • ||
  • ଭୁବନେଶ୍ଵର ଆସିଲେ ଆଉ ହଇରାଣ ହେବେନି, ପ୍ରତି ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରେ ଗେଷ୍ଟ ହାଉସ୍ ନିର୍ମାଣ କରିବେ ସରକାର
  • ||
  • କେନ୍ଦ୍ରାପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ମାଉସୀ ମା' ମନ୍ଦିର ଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ କରିବେ ତ୍ରିରଙ୍ଗା ଶୋଭାଯାତ୍ରା
  • ||
  • ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଦ୍ଵିତୀୟ ରଥଯାତ୍ରା ସମନ୍ଵୟ ବୈଠକ, ଆକ୍ସନ୍ ପ୍ଲାନ୍ ରିପୋର୍ଟ ଦାଖଲ କରିବେ ବିଭାଗୀୟ ଅଧିକାରୀ
  • ||
  • ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍, ୬ ଆହତ
  • ||
  • ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତା ୪ ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଖୁବ୍‌ଶୀଘ୍ର ଲଞ୍ଚ ହେବ ରାଜସ୍ୱ ବିଭାଗର ନୂଆ ଆପ୍‌, ଘରେ ବସି ଆବେଦନ କରିପାରିବେ ବିଭିନ୍ନ ପ୍ରମାଣପତ୍ର

Published By : Prameya | June 9, 2025 3:14 PM

ଭୁବନେଶ୍ୱର,୯/୦୬: ଏଣିକି ଗୋଟିଏ ମୋବାଇଲ୍‌ ଆପ୍‌ରେ ସମସ୍ତ  ରାଜସ୍ୱ ସେବା ମିଳିବ । ଘରେ ବସି  ସମସ୍ତ ରାଜସ୍ୱ ସଂକ୍ରାନ୍ତ ସୁବିଧା ଲୋକେ  ପାଇବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ  ସୁରେଶ ପୂଜାରୀ । ସେ କହିଛନ୍ତି, ଏହି  ଆପ୍‌ ପ୍ରସ୍ତୁତ ହୋଇସାରିଛି । ଖୁବ୍‌ଶୀଘ୍ର  ଆପ୍‌ ଉନ୍ମୋଚନ ହେବାକୁ ଯାଉଛି ।  ଏହି ଆପ୍‌ ଦ୍ୱାରା କୌଣସି ସେବା କେନ୍ଦ୍ରକୁ ନ ଯାଇ ଘରେ ବସି ବିଭିନ୍ନ  ସମସ୍ୟାର ସମାଧାନ କରିହେବ । ଛୋଟ  ଛୋଟ କାମ ପାଇଁ ରାଜସ୍ୱ ବିଭାଗ କିମ୍ବା  କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ  ପଡ଼ିବନି । ଏଥିରେ ବିଭିନ୍ନ ପ୍ରକାର  ସେବା ପାଇଁ ଆବେଦନ ହୋଇପାରିବ ।  ବିଭିନ୍ନ କାଗଜପତ୍ର ଆଦି ଅନ୍‌ଲାଇନ୍‌ରେ  ଡାଉନ୍‌ଲୋଡ୍‌ କରିହେବ ବୋଲି ସେ  ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ପୂର୍ବରୁ ଲୋକମାନେ ଜାତି  ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଆବାସିକ  ପ୍ରମାଣପତ୍ର ପାଇଁ ତହସିଲ ଅଫିସକୁ ଯାଉଥିଲେ । ତହସିଲଦାରଙ୍କ ପାଖରେ ଘଣ୍ଟା ଘଣ୍ଟା ଛିଡ଼ା  ହେଉଥିଲେ । ଆପ୍‌ ଆସିବା ପରେ ଲୋକଙ୍କୁ  ଆଉ ତହସିଲ ଅଫିସକୁ ଯିବାକୁ ପଡ଼ିବ ନାହିଁ । ଘରେ ବସି ମୋବାଇଲରେ ବିଭିନ୍ନ ପ୍ରମାଣପତ୍ର  ପାଇଁ ଆବେଦନ କରିପାରିବେ । ମୋବାଇଲରେ  କେଉଁ ବ୍ୟକ୍ତି, କେଉଁ ସମୟ, କେଉଁଠାରୁ ଓ  କେଉଁ ଯୋଜନା ପାଇଁ ଆବେଦନ କରୁଛନ୍ତି,  ଏ ସମସ୍ତ ତଥ୍ୟ ପଞ୍ଜିକୃତ ହୋଇ ରହିବ ।  କେଉଁ ପ୍ରମାଣପତ୍ର କେତେ ସମୟରେ ମିଳିବ, ସେଥିପାଇଁ ସମୟ ଧାର୍ଯ୍ୟ ହେବ । ନିର୍ଦ୍ଦିଷ୍ଟ  ସମୟରେ ପ୍ରମାଣପତ୍ର ମିଳିଲେ ରାଜସ୍ୱ ବିଭାଗକୁ ସୂଚନା ଆସିଯିବ । କେଉଁ ତହସିଲଦାରଙ୍କ ଦ୍ୱାରା କେଉଁ ତହସିଲରେ ଏହି ସେବା ଠିକ  ସମୟରେ ମିଳିଲା ନାହିଁ, ଉପଭୋକ୍ତା ମାଗିଥିବା ସେବା ପାଇବା ପ୍ରକ୍ରିୟା ଶେଷ ହେବା ପରେ ଏ ବାବଦରେ ତହସିଲଦାର ଆପରେ ଅପଲୋଡ଼  କରିବେ । ଏହି ତଥ୍ୟ ଆବେଦନକାରୀ ଘରେ ବସି ଡାଉନଲୋଡ୍‌ କରିପାରିବେ । ପ୍ରମାଣପତ୍ରକୁ ବ୍ୟବହାର କରିପାରିବେ ।  ସାଧାରଣ ଲୋକ ଓ ରାଜସ୍ୱ ସେବା ମଧ୍ୟରେ  ଥିବା ବାଧକ ଦୂର ହେବ । ରାଜସ୍ୱ ସେବା ପାଇଁ ଆଉ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ  ପଡ଼ିବ ନାହିଁ । ରାଜସ୍ୱ ସେବା ହୋମ ଡେଲିଭରୀ କରିବୁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.