ଭୁବନେଶ୍ବର,୨୮।୧ : ଲୋକସେବା କନଭେନସନ୍ ହଲରେ  ନିର୍ମାଣ ବିଭାଗର ୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ନେଇ  ସମୀକ୍ଷା ବୈଠକ ଶେଷ ହୋଇଛି।  ଜାତୀୟ ରାଜପଥ ର ୨୯ ଟି ପ୍ରୋଜେକ୍ଟ, ଓବିସିସିର ୨୧ ପ୍ରକଳ୍ପ, ରାସ୍ତା ବିଭାଜନ ର ୧୨ ଟି ପ୍ରୋଜେକ୍ଟ, ବ୍ରିଜ ନିର୍ମାଣ ର ୧୨ , ବିଲ୍ଡିଂ ର ୧୨ ପ୍ରୋଜେକ୍ଟ କୁ ନେଇ ସମୀକ୍ଷା କରିଥିଲେ ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସମୁଦାୟ ୮୨ ଟି ପ୍ରୋଜେକ୍ଟ କୁ ନେଇ ମନ୍ତ୍ରୀ ସମୀକ୍ଷା କରିଛନ୍ତି।

ଏହି ପ୍ରୋଜେକ୍ଟ କେତେ ଦିନ ଭିତରେ ସରିବ ସେନେଇ ସମୟ ନିର୍ଧାରଣ କରାଯାଇଛି। ଜଙ୍ଗଲ ବିଭାଗ, ବିଦ୍ୟୁତ୍, ରେଭେନ୍ୟୁ ବିଭାଗ ଭଳି ଅନେକ ବିଭାଗ ତଥା ଜିଲ୍ଲା ସହ ଥିବା ସମସ୍ୟା କୁ ସମାଧାନ କରାଯାଇ ପ୍ରୋଜେକ୍ଟ ଆଗକୁ ବଢାଯିବ ବୋଲି କହିଛନ୍ତି ମନ୍ତ୍ରୀ। ଏହି ବୈଠକରେ ବିଭାଗୀୟ ଯନ୍ତ୍ରୀ, ଠିକାଦାର ଓ ଅନ୍ୟ ଏଜେନ୍ସି ମାନେ ମଧ୍ୟ ଯୋଗ ଦେଇଥିଲେ। ପ୍ରୋଜେକ୍ଟ ଠିକ୍ ସମୟରେ ସାରିବାକୁ ଲକ୍ଷ୍ୟ ରଖା ଯାଇଛି ବୋଲି କହିଛନ୍ତି ମନ୍ତ୍ରୀ।

ଆହୁରି ପଢନ୍ତୁ ଲୋକାର୍ପିତ ହେଲା ପୂର୍ତ୍ତବିଭାଗର ୨ ନୂଆ ଆପ୍ଲିକେସନ