ପ୍ରମୂଖ ଖବର
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଆରଜି କର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା ; ଆଜି ସଞ୍ଜୟର ଦଣ୍ଡ ଶୁଣାଣି

Published By : Ankita S | January 20, 2025 9:18 AM

କୋଲକାତା,୨୦/୧: ବହୁ ଚର୍ଚ୍ଚିତ କୋଲକାତା ଆରଜି କର ମେଡିକାଲ କଲେଜ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି ଅଭିଯୁକ୍ତ ସଞ୍ଜୟ ରୟ । ଆଜି (ସୋମବାର) ସଞ୍ଜୟର ଦଣ୍ଡ ଶୁଣାଇବେ ସିଆଲଦାର କୋର୍ଟ । ଗତ ୧୮ ତାରିଖରେ ସିଆଲଦାର ସେସନ କୋର୍ଟ ମାମଲାର ଶୁଣାଣି କରି ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରିବା ସହ ରାୟ ସଂରକ୍ଷିତ ରଖିଥିଲେ । ଆଜି ଏହି ମାମଲାର ଦଣ୍ଡ ଘୋଷଣା ହେବ ।

ଗତବର୍ଷ ଅର୍ଥାତ ୨୦୨୪ ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା । ପୀଡିତାଙ୍କୁ ନ୍ୟାୟ ଦାବି କରି ରାସ୍ତାକୁ ଓହ୍ଲାଇଥିଲେ ଡାକ୍ତର । ବିଶେଷ କରି କୋଲକାତାରେ ୨ ମାସ ସ୍ବାସ୍ଥ୍ୟସେବା ଠପ ହୋଇଥିଲା । ଘଟଣାର ୧୬୨ ଦିନ ପରେ ଅଭିଯୁକ୍ତ ସଞ୍ଜୟ ରୟକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ସଞ୍ଜୟଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୬୪, ଧାରା ୬୬ ଏବଂ ୧୦୩ (୧) ଅନୁସାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଭାରତୀୟ ନ୍ୟାୟ ସଂହିତାର ଧାରା ୬୪ ଅନୁସାରେ ୧୦ ବର୍ଷର ସଜା ଓ ଧାରା ୬୬ ଅନୁସାରେ ୨୫ ବର୍ଷର ଜେଲ୍‌, ଆଜୀବନ ବା ପୁଣି ମୃତ୍ୟୁର ସଜା ହୋଇପାରେ।

ସଞ୍ଜୟଙ୍କ ବିରୋଧରେ ରହିଥିବା ଅଭିଯୋଗ ଅନୁସାରେ, ପୀଡିତା ହସ୍ପିଟାଲ ସେମିନାର ରୁମରେ ବିଶ୍ରାମ ନେଉଥିବା ବେଳେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଆଜି ଏହି ମାମଲାର ଦଣ୍ଡାଦେଶ ଶୁଣାଇବେ କୋର୍ଟ । ମାମଲାରେ ରାୟ ପ୍ରଦାନ ସମୟରେ କେର୍ଟରୁମରେ କାଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପ୍ରାୟ ୩୦୦ ପୋଲିସକର୍ମୀ ଉପସ୍ଥିତ ଥିଲେ । ଗତବର୍ଷ ଅଗଷ୍ଟ ୯ ତାରିଖରେ ଘଟଣା ଘଟିଥିଲା । ସେମିନାର ରୁମରୁ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସିସିଟିଭି ଫୁଟେଜ ଆଧାରରେ ପୋଲିସ ସଞ୍ଜୟ ରୟଙ୍କୁ ଅଗଷ୍ଟ ୧୦ତାରିଖରେ ଗିରଫ କରାଯାଇଥିଲା । ଏହି ଜଘନ୍ୟ କାଣ୍ଡର ୧୬୨ ଦିନ ପରେ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ବିଚାରପତି ଅବିର୍ବାଣ ଦାୟ ରାୟ ଶୁଣାଇ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ଏହା ବି ପଢନ୍ତୁ...ବିଚାରପତିଙ୍କ ସାମ୍ନାରେ ସଞ୍ଜୟ ରାୟ କହିଲା - ମୁଁ ରୁଦ୍ରାକ୍ଷ ପିନ୍ଧିଛି ,ଏମିତି କାମ କରିଥିଲେ ...

ଦୋଷୀ ସାବ୍ୟସ୍ତ ପରେ କଣ କହିଲା ସଞ୍ଜୟ- ମାମଲାର ଶୁଣାଣି ପରେ ସଞ୍ଜୟ କହିଥିଲା ମୋତେ ଫସାଇ ଦିଆଯାଇଛି । ଅପରାଧୀ ବାହାରେ ବୁଲୁଛି । ମୁଁ ରୁଦ୍ରାକ୍ଷ ମାଳା ପିନ୍ଧିଛି। ଏ ପ୍ରକାରର ଅପରାଧ କରି ପାରିବି ନାହିଁ। ଯଦି ଏମିତି କରିଥାନ୍ତି ତେବେ ମାଳା ଛିଣ୍ଡି ଯାଇଥାନ୍ତା। ଏଥିରେ ଜଣେ ଆଇପିଏସଙ୍କ ସଂମ୍ପୃକ୍ତି ରହିଛି ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.