ନୂଆଦିଲ୍ଲୀ,୦୯/୧୧; ନଭେମ୍ବର ୨ ତାରିଖ । ଦିନଟି ସ୍ୱର୍ଣ୍ଣିମ ଅଧ୍ୟାୟରେ ଲେଖା ହୋଇ ରହିବ । ଏ ଦିନ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱ ବିଜୟୀ ହୋଇଥିଲା ଭାରତୀୟ ମହିଳା କ୍ରିକେଟ ଟିମ୍ । ବିଶ୍ୱ ବିଜୟିନୀ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ରିଚା ଘୋଷଙ୍କୁ ସମ୍ମାନିତ କହିଛନ୍ତି ପଶ୍ଚିମବଙ୍ଗ ସରକାର । ରିଚାଙ୍କୁ 'ବଙ୍ଗ ଭୂଷଣ' ଉପାଧି ସହ ପୁଲିସ୍ ସୁପିରଣ୍ଟେଡେଣ୍ଟ (ଡିଏସ୍ପି) ଚାକିରି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏହା ସହିତ ୩୪ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ମଧ୍ୟ ଦିଆଯାଇଛି । ଶନିବାର ଐତିହାସିକ ଇଡେନ୍ ଗାର୍ଡେନ୍ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପୂର୍ବ କ୍ରିକେଟର ଝୁଲଣ ଗୋସ୍ୱାମୀ ଓ ସୌରଭ ଗାଙ୍ଗୁଲି ଉପସ୍ଥିତ ଥିଲେ । ପଶ୍ଚିମବଙ୍ଗର ପ୍ରଥମ କ୍ରିକେଟର ଭାବେ ରିଚା ବିଶ୍ୱକପ ଟ୍ରଫି ଉଠାଇବାର ସୌଭାଗ୍ୟ ଲାଭ କରିଛନ୍ତି ।
At the heart of Bengal’s ethos lies the celebration of excellence, and Smt. @MamataOfficial has always led by example.
— All India Trinamool Congress (@AITCofficial) November 8, 2025
At the iconic Eden Gardens today, she felicitated Richa Ghosh, whose triumph on the world stage stands as a testament to grit, grace, and glory.
In her, Bengal… pic.twitter.com/GPOOZ7RYUr
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରିଚା ଘୋଷଙ୍କୁ 'ବଙ୍ଗ ଭୂଷଣ' ଉପାଧି ସହ ଏକ ସୁନା ଚେନ୍ ପ୍ରଦାନ କରି ସମ୍ମାନିତ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ରିଚା ୨୪ ବଲ୍ ୩୪ ରନ୍ର ପାଳି ଖେଳିଥିଲେ । ଯେଉଁଥିରେ ୩ ଚୌକା ଓ ୨ ଛକା ଥିଲା । ଉକ୍ତ ପାଳିର ପ୍ରତି ରନ୍ ପିଛା ତାଙ୍କୁ ମୋଟ୍ ୩୪ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ମଧ୍ୟ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲର ସଭାପତି ସୌରଭ ଗାଙ୍ଗୁଲି ପୂର୍ବତନ ମହିଳା କ୍ରିକେଟର୍ ଝୁଲଣ ଗୌସ୍ୱାମୀ ପ୍ରମୁଖ ଉପସ୍ଥିତ ଥିଲେ । ସିବିଏ ପକ୍ଷରୁ ଏକ ସ୍ୱର୍ଣ୍ଣିମ ବ୍ୟାଟ୍ ଓ ବଲ୍ ମଧ୍ୟ ରିଚାଙ୍କୁ ଉପହାର ଆକାରରେ ଦିଆଯାଇଛି ।
ଟୁର୍ଣ୍ଣାମେଣ୍ଟରେ ମୋଟ ୨୩୪ ରନ୍ କରିଛନ୍ତି- ରିଚା ଘୋଷ ବଙ୍ଗଳାର ପ୍ରଥମ ବିଶ୍ୱକପ ବିଜୟୀ କ୍ରିକେଟର ହୋଇଛନ୍ତି । ୨୦୦୩ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ସୌରଭ ଗାଙ୍ଗୁଲି ଭାରତୀୟ ଅଧିନାୟକ ଭାବରେ ଟାଇଟଲ ଜିତିବାରୁ ବଞ୍ଚିତ ହେବା ପରେ ତାଙ୍କୁ ଏହି ସମ୍ମାନ ମିଳିଥିଲା । ରିଚା ଭାରତର ଟାଇଟଲ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ୮ଟି ଇନିଂସରେ ମୋଟ ୨୩୪ ରନ କରିଥିଲେ, ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ରହିଛି ।
ରିଚାଙ୍କୁ ଗାଙ୍ଗୁଲିଙ୍କ ପ୍ରଶଂସା- କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଳାର ମୁଖ୍ୟ ସୌରଭ ଗାଙ୍ଗୁଲି ରିଚା ଘୋଷଙ୍କୁ ବେଙ୍ଗଲର ଗର୍ବ ବୋଲି କହିଛନ୍ତି । ରିଚା ରାଜ୍ୟକୁ ଗର୍ବିତ କରିଛନ୍ତି । ମୁଁ ଆଶା କରୁଛି ସେ ତାଙ୍କର ଭଲ ପ୍ରଦର୍ଶନ ଜାରି ରଖିବେ ଏବଂ ଗୋଟିଏ ଦିନ ଭାରତୀୟ ମହିଳା ଦଳର ଅଧିନାୟକ ହେବେ ।"