ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପୁରୀ ସମୁଦ୍ରରେ ବଢିଛି ରିପ୍ କରେଣ୍ଟ, ମହୋଦଧିରେ ସ୍ନାନ କରିବାକୁ ବାରଣ

Published By : Rasmita Pradhan | October 22, 2024 12:50 PM

ପୁରୀ, ୨୨/୧୦ : ବଙ୍ଗୋପସାଗର ଅଶାନ୍ତ। ସମୁଦ୍ର ଭିତରେ ଦାନା ବାନ୍ଧୁଛି ବାତ୍ୟା। ଭୀଷଣ ରୂପ ନେଇ ଓଡ଼ିଶା ଉପକୂଳରେ ମାଡ଼ ହେବା ଅଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ମହୋଦଧିରେ ସ୍ନାନ ନିମନ୍ତେ ଯାତ୍ରୀଙ୍କୁ ବାରଣ କରାଯାଉଛି। ସମୁଦ୍ରରେ ରିପ୍‌ କରେଣ୍ଟ ବଢ଼ିଥିବାରୁ ବେଳାଭୂମିର ବିଭିନ୍ନ ସ୍ଥାନରେ ନାଲି ପତାକା ପୋତାଯାଇଛି। ଯାତ୍ରୀମାନଙ୍କୁ ଏହି ସ୍ଥାନମାନଙ୍କରେ ଆଦୌ ସମୁଦ୍ର ସ୍ନାନ ନକରିବାକୁ କୁହାଯାଉଛି। 

ଲାଇଫ୍‌ ଗାର୍ଡମାନେ ସତର୍କ ରହି ଯାତ୍ରୀଙ୍କୁ ସମୁଦ୍ର ସ୍ନାନ ନକରିବାକୁ ସଚେତନ କରୁଛନ୍ତି। ସେହିପରି ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ଯାଇ ମାଛ ଧରିବାକୁ ପ୍ରଶାସନ ବାରଣ କରୁଛି। ସମୁଦ୍ର ଭିତରେ ରହି ଯାଇଥିବା ଧୀବରମାନେ ଡଙ୍ଗା ଧରି ଶୀଘ୍ର କୂଳରେ ପହଞ୍ଚିବାକୁ ବାର୍ତ୍ତା ଦିଆଯାଇଥିବା ଜଣାପଡ଼ିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.