ନୂଆଦିଲ୍ଲୀ ୧୪/୧୦: ରିଷବ ସେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କାନ୍ତାରା ଚାପ୍ଟର ୧’ ବକ୍ସ ଅଫିସରେ ସୁନାମି ଆଣିଛି। ସମୟ ବଢିବା ସହ ଏହାର ଆୟ ମଧ୍ୟ ଦିନକୁ ଦିନ ବଢି ଚାଲିଛି। ସବୁଠୁ ବଡ କଥା ହେଉଛି, ଏହାର କାହାଣୀ ଦର୍ଶକଙ୍କୁ ଛୁଇଁଛି। ‘କାନ୍ତାରା ଚାପ୍ଟର ୧’ ୨୦୨୨ରେ ରିଲିଜ ହୋଇଥିବା ‘କାନ୍ତାରା’ ର ପୂର୍ବ କାହାଣୀ। ପ୍ରାୟ ଫିଲ୍ମରେ ସିକ୍ୱେଲ ରିଲିଜ୍‌ ହେଉଥିଲାବେଳେ ରିଷବ କିନ୍ତୁ ଏହାର ପ୍ରିକ୍ୱେଲ ଆଣିଥିଲେ। ଫିଲ୍ମର କାହାଣୀ, ଚରିତ୍ର ଓ ଭିଏଫଏକ୍ସକୁ ବହୁତ ଭଲ ଭାବେ ବଡ ପରଦାରେ ପ୍ରଦର୍ଶନ କରାଯାଇଛି। ଖାସ୍‌ ଏହି କାରଣରୁ ଫିଲ୍ମଟି ବକ୍ସ ଅଫିସରେ ଧମାଲ କରିଛି।

ନିକଟରେ ଏକ ଇଭେଣ୍ଟରେ ଯୋଗ ଦେଇ ନିଜେ ରିଷବ ଏହାର ସଫଳତାର ରାଜ ଖୋଲିଛନ୍ତି। ରିଷବ କହିଛନ୍ତି, ‘ଏହି ଫିଲ୍ମ ଓ ଏହାର ଚରିତ୍ରଗୁଡିକ ମୋର ସ୍ୱପ୍ନ ଥିଲା, ଯାହାକୁ ମୋ ଟିମ୍‌ ଆପଣେଇ ନେଇଥିଲା। ଆମେ ଯେତେ ଆମର ଆଞ୍ଚଳିକ କାହାଣୀକୁ ଦେଖାଇବା ଏହା ସେତେମାତ୍ରାରେ ବିଶ୍ୱସ୍ତରରେ ଆଦୃତ ହେବ।‘ ରିଷବ ଏଥିରେ ଅଭିନୟ କରିବା ସହ ଏହାର ନିର୍ଦ୍ଦେଶକ ଓ ଲେଖକ ମଧ୍ୟ।