ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆଇପିଏଲ୍‌ ୨୦୨୫: ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ର ଅଧିନାୟକ ହେଲେ ରିଷଭ ପନ୍ତ

Published By : Tapas Panda | January 20, 2025 4:23 PM

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ମାର୍ଚ୍ଚ ୨୪ରୁ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ସବୁ ଦିଳ ନିଜ ନିଜର ଅଧିନାୟକଙ୍କ ନାଁ ଘୋଷଣା କରୁଛନ୍ତି । ଏହାରି ଭିତରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ (ଏଲଏସ୍‌ଜି) ନିଜର ନୂଆ ଅଧିନାୟକ ନିଯୁକ୍ତ କରିଛି । କେଏଲ ରାହୁଲ ଏଲଏସ୍‌ଜିରେ ନଥିବା ବେଳେ ଏବେ ଏହି ଦାୟିତ୍ବ ରିଷଭ ପନ୍ତଙ୍କୁ ମିଳିଛି । 

ଆଇପିଏଲ ୨୦୨୫ ଲାଗି ହୋଇଥିବା ମେଗା ଅକ୍ସନରେ ସବୁଠାରୁ ଅଧିକ ୨୭ କୋଟି ଟଙ୍କାରେ ରିଷଭ ପନ୍ତଙ୍କୁ କିଣିଥିଲା ଲକ୍ଷ୍ନୌ ଟିମ୍‌ । ଏବେ ତାଙ୍କୁ ଦଳର ଅଧିନାୟକ କରାଯାଇଛି ।  ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଥିଲେ ରିଷଭ ପନ୍ତ ।  ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ୨୦୨୨ରେ ଆଇପିଏଲ୍‌ ଯାତ୍ରା ଆରମ୍ଭ କରିଥିଲା ।  ୨୦୨୨, ୨୦୨୩ ଏବଂ ୨୦୨୪ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ର ଅଧିନାୟକ ଥିଲେ କେଏଲ ରାହୁଲ । ତାଙ୍କ ନେତୃତ୍ବରେ ଟିମ୍‌ ୨୦୨୨ ଏବଂ ୨୦୨୩ରେ ପ୍ଲେଅଫ୍‌ ଲାଗି କ୍ବାଲିଫାଏ କରିଥିଲା । କିନ୍ତୁ ୨୦୨୪ରେ ଦଳକୁ ନିରାଶ ହେବାକୁ ପଡ଼ିଥିଲା । 

 ଏହାକୁ ନେଇ ଟିମ୍‌ର ମାଲିକ ସଞ୍ଜୀବ ଗୋୟଙ୍କା ଏବଂ ତତ୍କାଳୀନ ଅଧିନାୟକ କେଏଲ ରାହୁଲଙ୍କ ମଧ୍ୟରେ ବଚସା ହୋଇଥିଲା ।  ପରେ ଦଳ କେଏଲ ରାହୁଲଙ୍କୁ ରିଟେନ୍‌ କରିନଥିଲା ଏବଂ ସେ ମେଗା ଅକ୍ସନରେ ସାମିଲ ହୋଇଥିଲେ । ଏବେ କେଏଲ ରାହୁଲ ଦିଲ୍ଲୀ ଟିମ୍‌ରେ ସାମିଲ ହୋଇଛନ୍ତି । 

ସେପଟେ ରିଷଭ ପନ୍ତଙ୍କୁ ଅଧିନାୟକ କରାଇବା ପରେ ଟିମ୍‌ର ମାଲିକ ସଞ୍ଜୀବ ଗୋୟଙ୍କା କହିଛନ୍ତି, ପନ୍ତଙ୍କୁ କ୍ୟାପ୍ଟେନ କରିବା ଲାଗି ସମସ୍ତେ ମତ ଦେଇଛନ୍ତି । ସମୟ କହିବ ପନ୍ତ କେବଳ ଆଇପିଏଲର ଦାମୀ ଖେଳାଳି ନୁହେଁ ବରଂ ସର୍ବଶ୍ରେଷ୍ଠ ଖେଳାଳି । ସେହିଭଳି   ଗୁରୁ ଦାୟିତ୍ବ ମିଳିବା ପରେ ରିଷଭ ପନ୍ତ କହିଛନ୍ତି, ସାର୍‌ (ସଞ୍ଜୀବ ଗୋୟଙ୍କା) ମୋ ବିଷୟରେ ଯାହା କହିଛନ୍ତି, ମୁଁ ଏଥିରେ ବହୁତ ଖୁସି ଅଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.