ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଆମେ ଖାଉଥିବା ଚାଉଳ ‘ବିଷାକ୍ତ’ ହେବାରେ ଲାଗିଛି, ଭାରତ ସହ ଏହି ସବୁ ଦେଶରେ ଲୋକଙ୍କୁ ହୋଇପାରେ କ୍ୟାନସର : ରିପୋର୍ଟ

Published By : Prameya | April 22, 2025 5:03 PM

ନୂଆଦିଲ୍ଲୀ : ବିଶ୍ୱର ଅଧାରୁ ଅଧିକ ଲୋକଙ୍କର ଖାଦ୍ୟ ଯେଉଁ ଚାଉଳ ହୋଇଥାଏ , ଏବେ ସେହି ଚାଉଳ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରି ପାରେ। ନିକଟରେ ପ୍ରକାଶିତ ଏକ ଅନ୍ତରାଷ୍ଟ୍ରୀୟ ରିସର୍ଚ୍ଚରେ ଦାବି କରାଯାଇଛି ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚାଉଳରେ ବିଷ ଭଳି ଆର୍ସେନିକର ପରିଣାମ ବୃଦ୍ଧି ପାଇବାରେ ଲାଗିଛି। ବୈଜ୍ଞାନିକଙ୍କ କହିବାନୁସାରେ , ଯଦି ଏହି ପ୍ରକ୍ରିୟା ଏମିତି ହିଁ ଚାଲୁ ରହେ ,ତ ୨୦୫୦ ଯାଏ କେବଳ ଚୀନ୍‌ରେ ହିଁ ପାଖାପାଖି ୧କୋଟି ୯୩ ଲକ୍ଷ ଲୋକ କ୍ୟାନସର ଭଳି ପ୍ରାଣଘାତୀ ରୋଗର ଶିକାର ହୋଇପାରନ୍ତି। ରିପୋର୍ଟରେ ଭାରତ ସମେତ ଅନ୍ୟ ଏସୀୟ ଦେଶରେ ମଧ୍ୟ ବଢୁଥିବା ବିପଦର ସଙ୍କେତ ରହିଛି।

ଆର୍ସେନିକ କୌଣସି ନୂଆ ଉପାଦାନ ନୁହେଁ। ଏହା ମାଟି, ପାଣି ଓ ପବନରେ ପ୍ରାକୃତିକ ରୂପେ ମିଳିଥାଏ। କିନ୍ତୁ ଯେବେ ଧାନ ଚାଷ ହୋଇଥାଏ , ତ ମାଟିରୁ ଏହି ଆର୍ସେନିକ ଗଛ ମାଧ୍ୟମରେ ଚାଉଳରେ ପହଞ୍ଚି ଥାଏ। ଏମିତି ତ ଏହି ମାତ୍ରା ସାଧାରଣ ହୋଇଥାଏ, ହେଲେ ଯଦି ଲଗାତାର ବର୍ଷ ବର୍ଷ ଧରି ଶରୀରକୁ ଯାଇଥାଏ , ତ ଏହା ଗୁରୁତର ରୋଗ ଯେପରି  କ୍ୟାନସର, ଫୁସଫୁସର ରୋଗ ଓ ହାର୍ଟରୋଗକୁ ଜନ୍ମ ଦେଇପାରେ। 

କୋଲମ୍ୱିଆ ୟୁନିଭର୍ସିଟିର ପ୍ରଫେସର ଲୁଇସ୍‌ ଜିସ୍କା ଏହି ରିସର୍ଚ୍ଚର ନେତୃତ୍ୱ ନେଇଥିଲେ ଏବଂ କହିଥିଲେ କି, ତାପମାତ୍ରା ବୃଦ୍ଧି ଓ କାର୍ବନ ଡାଇଅକ୍ସାଇଡ୍‌ର ସ୍ତର ଚାଉଳକୁ ବିଷାକ୍ତ କରୁଛି। ଗବେଷକମାନେ ଚୀନର ୪ଟି ଅଲଗା ଅଲଗା ସ୍ଥାନରେ ୨୮ ପ୍ରକାରର ଧାନର କିସଷ ଚାଷ କରିଥିଲେ। ୧୦ ବର୍ଷ ଯାଏ ନିରୀକ୍ଷଣ କରି ଥିଲେ। ଫଳାଫଳା ଆଶ୍ଚର୍ଯ୍ୟକର ଥିଲା। ସେ ଜାଣିବାକୁ ପାଇଥିଲେ କି, ଯେମିତି ତାପମାତ୍ରା ଓ କାର୍ବନ ଡାଇଅକ୍ସାଇଡ୍‌ ବଢୁଛି ,ଚାଉଳରେ ଆର୍ସେନିକର ପରିମାଣ ମଧ୍ୟ ସେହି ପରିମାଣରେ ବଢି ଚାଲିଛି। 

ଏହା ପରେ ଗବେଷକମାନେ ଏସିଆର ସେହି ୭ଟି ଦେଶ–ଭାରତ, ବାଂଲାଦେଶ, ଚୀନ୍‌, ଭିଏତନାମ, ଇଣ୍ଡୋନେସିଆ, ମିଆଁମାର ଓ ଫିଲିଫାଇନ୍ସ ଉପରେ ଧ୍ୟାନ କେନ୍ଦ୍ରିତ କଲେ, ଯେଉଁଠି ଚାଉଳର ବ୍ୟବହାର ସବୁଠୁ ଅଧିକ ହୋଇ ଥାଏ। ସେମାନେ ଏହି ଦେଶ ଗୁଡ଼ିକରେ ମୁଣ୍ଡପିଛା ପ୍ରତି ବ୍ୟକ୍ତି ଚାଉଳ ବ୍ୟବହାରର ତଥ୍ୟ ଆଧାରରେ ଏହି ଅନୁମାନ କରିଛନ୍ତି ଯେ, ଭବିଷ୍ୟତରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କେତେ ଗଭୀର ପ୍ରଭାବ ପଡ଼ିପାରେ।

ଅଧ୍ୟୟନରୁ ଜଣାପଡ଼ିଛି ଯେ ଏହି ସବୁ ଦେଶରେ ଚାଉଳରେ ଆର୍ସେନିକର ମାତ୍ରା ବୃଦ୍ଧି ସିଧାସଳଖ ମୂତ୍ରାଶୟ, ଫୁସଫୁସ୍‌ ଓ ତ୍ୱଚା କ୍ୟାନସର ଭଳି ଗୁରୁତର ରୋଗର ମାମଲା ବୃଦ୍ଧି ସହ ଜଡ଼ିତ। ଲାସେଣ୍ଟରେ ପ୍ରକାଶିତ ରିପୋର୍ଟ ଏହା ମଧ୍ୟ ସଙ୍କେତ ଦେଇଛି ଯେ, ଆର୍ସେନିକ କେବଳ କ୍ୟାନସରର ନୁହେଁ , ବରଂ ମଧୁମେହ , ଗର୍ଭାବସ୍ଥା ସହ ଜଡ଼ିତ ସମସ୍ୟା , ପିଲାଙ୍କ ମସ୍ତିଷ୍କ ବିକାଶରେ ବାଧା, ଦୁର୍ବଳ ଇମ୍ୟୁନ ସିଷ୍ଟମ ଓ ଆହୁରି ଅନେକ ପ୍ରାଣଘାତୀ ରୋଗର ମଧ୍ୟ ବଡ଼ କାରଣ ହୋଇପାରେ।

ଉକ୍ତ ରିପୋର୍ଟ ସ୍ପଷ୍ଟ କରିଛି ଯେ, ଯଦି ଚାଉଳରେ ଆର୍ସେନିକର ମାତ୍ରା ଉପରେ କାବୁ କରାଯାଇ ପାରିନାହିଁ , ତ ଏହି ଦେଶ ଭବିଷ୍ୟତରେ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟର ସାମ୍ନା କରିପାରେ। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି କି , ଏହି ବିପଦ କେବଳ ଭାରତ-ଚୀନ ବା ଏସିଆ ଯାଏ ସିମିତ ନୁହେଁ। ୟୁରୋପ ଓ ଆମେରିକା ଭଳି ଦେଶରେ ମଧ୍ୟ ଯେଉଁଠି ମାଟିରେ କମ୍‌ ଆର୍ସେନିକ୍‌ ରହିଛି, ସେଠାରେ ମଧ୍ୟ ଚାଉଳ ମଣିଷର ଶରୀରରେ ଅଜୈବିକ ଆର୍ସେନିକ ପହଞ୍ଚିବାର ବଡ଼ ଉତ୍ସ ହେବାରେ ଲାଗିଛି।

ଏବେ କଣ ଚାଉଳ ଖାଇବା ଛାଡ଼ିଦେବା ?

ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଲୋକଙ୍କ ମନରେ ନିଶ୍ଚୟ ଏହି ପ୍ରଶ୍ନ ଉଙ୍କି ମାରୁଥିବ , ଯାହାର ଉତ୍ତର ନା। କିନ୍ତୁ ସାବଧାନତା ଜରୁରୀ । ରିସର୍ଚ୍ଚରେ କୁହାଯାଇଛି ଯେ, ଚାଉଳକୁ ଭଲଭାବେ ଧୋଇ , ପ୍ରଥମ ୫ ମିନିଟ୍‌ ସିଝାଇ ପାଣି ବାହାର କରି ଦିଅନ୍ତୁ , ପୁଣି ନୂଆ ପାଣିରେ ପକାନ୍ତୁ , ତ ଆର୍ସେନିକର ମାତ୍ରା ଖୁବ୍‌ କମି ଯାଇପାରେ। ସୈଫିଲ୍ଡ ୟୁନିଭର୍ସିଟିର ରିପୋର୍ଟ ଅନୁସାରେ , ଏହି ପ୍ରକ୍ରିୟାରେ ନାଲି ଚାଉଳରୁ ୫୦ ପ୍ରତିଶତ ଓ ସଫା ଚାଉଳରୁ ୭୪ ପ୍ରତିଶତ ଆର୍ସେନିକ ହଟା ଯାଇପାରେ। ବାସୁମତୀ ଚାଉଳ  ଓ ପୂର୍ବ ଆଫ୍ରିକାର କିଛି ଅଞ୍ଚଳର ଚାଉଳରେ ଆର୍ସେନିକର ପରିମାଣ କମ୍‌ ଥିବା ମିଳିଛି। ହେଲେ ଧଳା ଚାଉଳରେ ପୋଷକ ତତ୍ତ୍ୱ ନାଲି ଚାଉଳରୁ କମ୍‌ ହୋଇଥାଏ ,କିନ୍ତୁ ଏଥିରେ ଆର୍ସେନିକ ମଧ୍ୟ କମ୍‌ ରହିଥାଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.