ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପୋଲିସ କର୍ମଚାରୀଙ୍କୁ ନାଚିବାକୁ ନିର୍ଦ୍ଦେଶ ଦେଲେ ତେଜପ୍ରତାପ, କହିଲେ ନାଚ ନହେଲେ...

Published By : Ankita S | March 16, 2025 1:49 PM

ପାଟନା,୧୬/୦୩: ଗ୍ରୀଷ୍ମ ତାତିଠୁ ବଳି ଯାଉଛି ବିହାର ରାଜନୀତି । ପୁଣି ଚର୍ଚ୍ଚାରେ ବିହାର ପଲିଟିକ୍ସ । ସାରା ଦେଶ ହୋଲି ଖେଳରେ ମସଗୁଲ ଥିବାବେଳେ ବିହାର ଆରଜେଡି ନେତା ତଥା ବିଧାୟକ ତେଜପ୍ରତାପ ଯାଦବଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଜଣେ ପୋଲିସ କର୍ମଚାରୀଙ୍କୁ ନାଚିବାକୁ ନିର୍ଦ୍ଦେଶ ଦେଉଛନ୍ତି । ମୁଁ ଗୀତ ବଜାଉଛି ତୁମେ ନାଚ ବୋଲି କହିଛନ୍ତି । ନ ନାଚିଲେ ସସପେଣ୍ଡ କରିଦେବି ବୋଲି କହିଥିବା ଦେଖିବାକୁ ମିଳିଛି । ସର୍ବସାଧାରଣ ସ୍ଥାନରେ ପୋଲିସ କର୍ମଚାରୀଙ୍କୁ ଜଣେ ନେତା ନଚେଇବାକୁ କହିବାକୁ ନେଇ ପ୍ରଶ୍ନ ଉଙ୍କି ମାରିଛି । ସେପଟେ ବିନା ହେଲମେଟରେ ଗାଡି ଚଲାଇବାକୁ ନେଇ ତେଜପ୍ରତାପଙ୍କୁ ଜରିମାନା ହୋଇଛି ।

ଭିଡିଓ ହେଲା ଭାଇରାଲ- ପୋଲିସ ଅଧୀକ୍ଷକ କାର୍ଯ୍ୟାଳୟ ପାଟନା ପ୍ରେସ୍ ରିଲିଜରେ କହିଛି କି,  ସୋସିଆଲ ମିଡିଆରେ ବିଧାୟକ ତେଜପ୍ରତାପ ଯାଦବଙ୍କ କହିବାରୁ ତାଙ୍କ ବଡିଗାର୍ଡ ଦୀପକ କୁମାର ନାଚିଥିଲେ । ଖାଲି ସେତିକି ନୁହେଁ ନ ନାଚିଲେ ସସପେଣ୍ଡ କରିଦେବି ବୋଲି ଭିଡିଓରେ କହୁଥିବା ଦେଖିବାକୁ ମିଳିଥିଲା । ସେଥିରେ ସ୍ପଷ୍ଟଭାବେ ଶୁଣାଯାଉଛି ଯେ ବିଧାୟକ ତେଜପ୍ରତାପ କନଷ୍ଟେବଳଙ୍କୁ ଡାକୁଛନ୍ତି, ଏ କନଷ୍ଟେବଳ, ଏ ଦୀପକ...ମୁଁ ଗୀତ ବଜାଉଛି ତୁମେ ସେଥିରେ ନାଚ । ଯଦି ନ ନାଚିବ ତେବେ ସସପେଣ୍ଡ କରିଦେବି ବୋଲି ଧମକାଇଥିଲେ । ତାଙ୍କ କଥା ଶୁଣି ପୋଲିସ କର୍ମଚାରୀ ଜଣଙ୍କ ନାଚିବାକୁ ଲାଗିଥିଲେ ।

ସଫେଇ ଦେଲେ ତେଜପ୍ରତାପ- ଭିଡିଓ ଭାଇରାଲ ହେବା ପରେ ବିବାଦ ଉରୁଜିଥିଲା । ବିଭିନ୍ନ ରାଜନୈତିକ ଦଳ ଆରଜେଡିକୁ ଆଟାକ୍ କରିଥିଲେ । ଏହାକୁ ନେଇ ସଫେଇ ଦେଇ ତେଜପ୍ରତାପ କହିଛନ୍ତି, ମୋର ଏପରି କହିବାର ଅର୍ଥ ଥିଲା ହୋଲି ପର୍ବକୁ ବିଜେପି ଓ ଆରଏସଏସ ଘୃଣାର ନୂଆ ରଙ୍ଗ ଦେଇ ଦେଇଛି । ପୋଲିସ ଭାଇ ହୁଅନ୍ତୁ କିମ୍ବା ବିରୋଧୀ ଦଳ ନେତା ସବୁଠି ଭାଇଚାରା ଏବଂ ଉତ୍ସାହ ସହିତ ହୋଲି ପାଳିବା ଉପରେ ବି କ୍ଷମତାସୀନ ସରକାର ଧର୍ମ କରି ନେଇଛି । ଖୁବ ଶୀଘ୍ର ଏହାର ଜବାବ ମିଳିବ ।

ଟାର୍ଗେଟ କଲା ବିଜେପି- ତେଜପ୍ରତାପଙ୍କ ଭିଡିଓ ସାମ୍ମାକୁ ଆସିବା ପରେ ତାଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ପ୍ରବକ୍ତା ଶହଜାଦ ପୁନାୱାଲା କହିଛନ୍ତି, ''ଯେମିତି ବାପା ସେମିତି ପୁଅ । ପିତା ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ଇସାରାରେ ନଚାଉଥିଲେ । ବିହାରରେ ଜଙ୍ଗଲ ରାଜ ଚାଲିଥିଲା । ଏବେ ତାଙ୍କ ପୁଅ କ୍ଷମତାରୁ ବାହାର ହେବା ପରେ ବି ଧମକ ଦେବାକୁ ପଛାଉନାହାନ୍ତି । ଆଇନର ରକ୍ଷକଙ୍କୁ ଇସାରାରେ ନଚାଇବାକୁ ଚେଷ୍ଟା କରୁଛନ୍ତି । ''

ତେଜପ୍ରତାପଙ୍କୁ ଜରିମାନା- ପୋଲିସ କର୍ମଚାରୀଙ୍କୁ ନଚାଇ ବିବାଦକୁ ଆସିଥିବା ଆରଜେଡି ନେତା ତଥା ବିଧାୟକ ତେଜପ୍ରତାପଙ୍କ ଅଡୁଆ ବଢିଛି । ତାଙ୍କୁ ୪ ହଜାର ଟଙ୍କା ଜରିମାନା ହୋଇଛି । ବିନା ହେଲମେଟରେ ସ୍କୁଟି ଚଲାଇବାକୁ ନେଇ ୧୦୦୦ଟଙ୍କା ଫାଇନ ହୋଇଛି । ସ୍କୁଟିର ଇନସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ଅବଧି ନଥିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସ୍କୁଟି ଚଲାଇଥିଲେ ତେଜପ୍ରତାପ ଯାଦବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.