ଭୁବନେଶ୍ୱର,୦୨/୦୫: ଭୁବନେଶ୍ୱର ଆଇଗିଣିଆ ଚଣ୍ଡୀ ମନ୍ଦିର ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇଓ୍ବା ଧକ୍କାରେ ଛାତ୍ରୀ ମୃତ । ମୃତ ଛାତ୍ରୀ ଜଣକ ସୂଶ୍ରୀ ସୌମ୍ୟା ବୋଲି ଜଣାପଡ଼ିଛି । ମୃତ ସୂଶ୍ରୀଙ୍କ ଘର ନୟାଗଡ଼ ଜିଲ୍ଲାରେ ହୋଇଥିବା ବେଳେ ସେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ରହି ପାଠ ପଢୁଥିଲେ।
ତେବେ ସୌମ୍ୟା ରାସ୍ତା ପାରି ହେବା ବେଳେ ହାଇୱା ଧକ୍କା ଦେଇଥିଲା। ଦେଖଣାହାରୀଙ୍କ କହିବା କଥା ହାଇୱା ଧକ୍କା ଦେବା ପରେ ୩୦ ମିଟର ଘୋଷାଡି ନେଇଥିଲା ହାଇୱା। ଖୋର୍ଦ୍ଧା ପଟୁ ଆସୁଥିବା ଲୋଡେଡ୍ ହାଇୱା ଧକ୍କା ଦେଇଥିଲା। ଘଟଣା ପରେ ହାଇୱା ଡ଼୍ରାଇଭର ଗାଡ଼ି ରଖି ଫେରାର ହୋଇ ଯାଇଥିବା ବେଳେ ଗାଡ଼ି ଜବତ କରିଛି ପୋଲିସ୍ । ସେପଟେ ଦୀର୍ଘ ସମୟ ଧରି ରାସ୍ତା ରୋକ କରିଥିଲେ ସ୍ଥାନୀୟ ବାସିନ୍ଦା।