ଆସିକା,୨୬/୧୨: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡରାବଳି ମସାଣି ବନ୍ଧ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଜଣେ ମୃତ। ମୃତ ବ୍ୟକ୍ତି ଜଣକ ଅମର ବିଷୋୟୀ ବୋଲି ଜଣାପଡିଛି। ସେପଟେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।
ପଢନ୍ତୁ-ଦୁଇଦିନ ପରେ ରୁଟରେ ଚାଲିଥାନ୍ତା ବସ୍,ଗାଡି ଗଡ଼ିବା ପୂର୍ବରୁ ବସ୍କୁ ଜାଳି ଦେଲେ ଦୁର୍ବୁତ୍ତ
ସୂଚନା ମୁତାବକ, ଖଣ୍ଡରବଳି ଗ୍ରାମର ହରି ବିଷୋୟୀଙ୍କ ପୁଅ ଅମର ବିଷୋୟୀ ରାସ୍ତା ପାର କରିବା ସମୟରେ ଏକ ଗାଡି ଧକା ଦେଇ ଚାଲିଯାଇଥିଲା।ଦୁର୍ଘଟଣା ସ୍ଥଳରେ ହିଁ ଅମରଙ୍କ ମୃତ୍ୟୁ ହୋଇଛି। ଏନେଇ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଗାଙ୍ଗପୁର ପୁଲିସ ପହଞ୍ଚି ରାସ୍ତାରୋକ ହଟାଇବା ପାଇଁ ଆଲୋଚନା କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବାକୁ ପ୍ରୟାସ କରିଛନ୍ତି । ସେପଟେ ରାସ୍ତାରୋକ ଫଳରେ ଆସିକା -ଭଞ୍ଜନଗର ରାସ୍ତା ଦେଇ ଯାଉଥିବା ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।