ବାସୁଦେବପୁର,୦୩/୦୬: ଭଦ୍ରକ ଜିଲ୍ଲା ବାସୁଦେବପୁର ଗୁଆଗାଁ ପଟା ପୋଲ ନିକଟରେ ବାଇକ୍ ଦୁର୍ଘଟଣା । ପୋଲକୁ ଧକ୍କା ଦେଇ ବାଇକ୍ ଆରୋହୀ ଗୁରୁତର । ଆହତ ଯୁବକଙ୍କର ଠିକଣା ମିଳିନଥିବା ବେଳେ ସେ ଜଗନ୍ନାଥପୁର ଗାଁର ବୋଲି ଅନୁମାନ କରାଯାଉଛି ।
ସୂଚନା ମୁତାବକ, ଯୁବକ ଜଣକ ନିଜ ବାଇକ୍ ଯୋଗେ ଜାମୁଝାଡ଼ିରୁ ବାସୁଦେବପୁର ଅଭିମୁଖେ ଆସୁଥିଲେ। ହେଲେ ପଟା ପୋଲ ନିକଟରେ ବାଇକ୍ ଚାଳକ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ପୋଲକୁ ଧକ୍କା ଦେଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ଡାହାଣ ହାତ ଭାଙ୍ଗି ଯାଇଛି । ସ୍ଥାନୀୟ ଲୋକେ ଉକ୍ତ ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଓ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ହେଲେ ଯୁବକଙ୍କର ଅବସ୍ଥା ଗୁରୁତର ଥିବାରୁ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ମୁଖ୍ୟ ଡାକ୍ତରଖାନା ପଠାଯାଇଥିବା ସୂଚନା ରହିଛି ।