ଜହ୍ନ।ପଙ୍କ,୧୭/୦୫: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ପୋଲିସ ପକ୍ଷରୁ ତାଳସରଡା ନିକଟରେ ଭାରସାମ୍ୟ ହରାଇ ଓଲଟିଲା  ସାର ବୋଝେଇ ଟ୍ରକ। ଏନେଇ ବାଉଁଶୁଣୀ ପୋଲିସ  ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟା  ସମୟରେ ପାରାଦ୍ୱୀପ ଠାରୁ ସାର ବୋଝେଇ କରି ନୂଆପଡ଼ାକୁ ଯାଉଥିଲା  ଓଡି୦୫-କେ ୭୨୦୭ ନଂ ନାମକ  ଟ୍ରକ । 

ହେଲେ ଟ୍ରକଟି ଜାତୀୟ ରାଜପଥ ନଂ ୫୭ ର ବାଉଁଶୁଣୀ ଥାନା ତାଳସରଡା ନିକଟରେ ଭାରସାମ୍ୟ ହରାଇ ରାସ୍ତାର ବାମ କଡ଼କୁ ତଳକୁ ଓଲଟି ପଡିଥିଲା ।  ଦୁର୍ଘଟଣାରେ ଚାଳକ ବର୍ତ୍ତି ଯାଇଥିବା ବେଳେ ସାର ବସ୍ତାଗୁଡିକ ବିଛାଡି ହୋଇ ପଡିଥିଲା । ବାଉଁଶୁଣୀ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଡ୍ରାଇଭରର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି।