ବୌଦ୍ଧ,୨୦/୧: ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା। କାରକୁ ଧକ୍କା ଦେଲା ଅଜଣା ଗାଡି । ଫଳରେ ୨ ଜଣଙ୍କର ମୃତ୍ୟୁ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ଅସ୍ପଷ୍ଟ।
ସୂଚନା ମୁତାବକ,୨ ଜଣ କାର୍ ଯୋଗେ ଭୁବନେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲେ । ସେହି ସମୟରେ ତେଲିବନ୍ଧ ନିକଟରେ କାର୍କୁ ପଛପଟୁ କୌଣସି ଏକ ଅଜଣା ଗାଡ଼ି ଜୋରରେ ଧକ୍କା ଦେବା ସହ କିଛି ବାଟ ଘୋଷାରି ନେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, କାର୍ରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇବା ପରେ ଅଜଣା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବରପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି।