ଆଠମଲ୍ଲିକ,୧୪/୦୧: ଅନୁଗୋଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ଶଂଖାମାଳ ନିକଟରେ ବୁଧବାର ସକାଳେ ସଡ଼କ ଦୁର୍ଘଟଣା ରେ ୨ ଜଣ ଗୁରୁତର ହୋଇଛନ୍ତି। ଆହତ ହୋଇଥିବା ବ୍ୟକ୍ତି ମାନେ ହେଲେ କିଆକଟା ଥାନା ଅନ୍ତର୍ଗତ ଶଂଖାମାଳ ଗ୍ରାମର ପପୁନ ସାହୁ ଓ ଅନ୍ତର୍ଯ୍ୟାମୀ ନାୟକ। ଆହତ ଦ୍ବୟଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଘଟଣାରୁ ଜଣା ଯାଇଛି ଯେ ଏକ ସ୍ୱିଫ୍ଟ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ବୌଦ୍ଧ ପୁଲିସ ସ୍ଵିଫ୍ଟ କାରକୁ ପିଛା କରି ଆଠମଲ୍ଲିକ ଉପଖଣ୍ଡର କିଆକଟା ଥାନା ଅଞ୍ଚଳ କୁ ପଶି ଆସିଥିଲା।ପୋଲିସ ପିଛା କରିବା ସମୟରେ ସ୍ବିଫ୍ଟ କାରଟି ଶଂଖାମାଳ ନିକଟରେ ଦୁର୍ଘଟଣା ଘଟାଇ ଥିଲା। ଦୁଇ ଜଣ ଆହତ ହୋଇଥିଲେ। ଏହାର ପ୍ରତିବାଦରେ ଉତ୍ୟକ୍ତ ଜନତା ୪ ଘଣ୍ଟା ଧରି ଶଂଖାମାଳ ଠାରେ ରାସ୍ତା ରୋକ କରିଥିଲେ। କିଆକଟା ପୋଲିସ କାରରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କୁ ଏବଂ ବୌଦ୍ଧ ପୋଲିସକୁ କିଆକଟା ଥାନାରେ ରଖି ତଦନ୍ତ ଜାରି ରଖିଛି।