ସାଲେପୁର,୧୬/୦୯: କଟକ ସାଲେପୁରରେ ଦୁର୍ଘଟଣା। ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ଅଟୋ। ଅଳ୍ପକେ ବର୍ତ୍ତିଗଲେ ୧୧ଜଣ ଛାତ୍ରଛାତ୍ରୀ। ସମସ୍ତ ଆହତଙ୍କୁ ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଅଜି ସକାଳ ପ୍ରାୟ ୧୦ଟା ସମୟରେ ସାଲେପୁର ସହରରୁ ଏକ ଅଟୋରିକ୍ସା ରାଘବପୁର ଆଦର୍ଶ ବିଦ୍ୟାଳୟର ପ୍ରାୟ ୧୧ଜଣ ଛାତ୍ରଛାତ୍ରୀମାନଙ୍କୁ ନେଇ ୫ନମ୍ବର କେନାଲ ବନ୍ଧ ଦେଇ ବିଦ୍ୟାଳୟକୁ ଯାଉଥିଲା। ସେହି ସମୟରେ ବାଲିସାହି ଗ୍ରାମର କୈବତ୍ତ ସାହି ନିକଟରେ ଅଟୋରିକ୍ସାଟି ଭାରସାମ୍ୟ ହରାଇ ୫ ନମ୍ବର କେନାଲର ପାଣି ମଧ୍ୟକୁ ଓଲଟି ପଡ଼ିଥିଲା। ଫଳରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ସଙ୍ଗେ ସଙ୍ଗେ କେନାଲ ପାଣିରେ ଫସିଥିବା ଛାତ୍ରଛାତ୍ରୀ ଓ ଅଟୋରିକ୍ସା ଚାଳକକୁ ଉଦ୍ଧାର କରିଥିଲେ । ଏଥିସହ ସେମାନଙ୍କୁ ଚିକିତ୍ସା ନିମନ୍ତେ ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏଥିମଧ୍ୟରୁ ୬ ଜଣ ଛାତ୍ରଛାତ୍ରୀ ଆହାତ ହୋଇଥିବା ବେଳେ ଅଟୋ ଚାଳକ ଗୁରୁତର ଆହାତ ହୋଇଥିବା ଜଣାଯାଇଛି। ସ୍ଥନୀୟ ଲୋକଙ୍କ ଉପସ୍ଥିତି ବୃଦ୍ଧି ପାଇଁ ୧୧ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।