ଭଞ୍ଜନଗର,୧୯/୦୯: ଭାରସାମ୍ୟ ହରାଇ ଘର ଭିତରକୁ ମାଡ଼ିଗଲା ମାଲ୍ ବୋଝେଇ ଟ୍ରକ୍ । ମର୍ମନ୍ତୁଦ ଦୁର୍ଘଟଣାରେ ଟ୍ରକ୍ ଚାଳକର ମୃତ । ଅଳ୍ପକେ ବର୍ତ୍ତିଗଲେ ଘର ମାଲିକ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କଇଁଣ୍ଡି ଗାଁ ନିକଟରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି। 

ସୂଚନା ମୁତାବକ, ମାଲ୍ ବୋଝେଇ ଟ୍ରକଟି ବ୍ରହ୍ମପୁରରୁ ଭଞ୍ଜନଗର ଅଭିମୁଖେ ଯାଉଥିଲା । ସେହି ସମୟରେ କଇଁଣ୍ଡି ନିକଟରେ ଭାରସାମ୍ୟ ହରାଇ ଟ୍ରକଟି ପ୍ରଥମେ ରାସ୍ତା କଡ଼ରେ ଥିବା ଏକ ଛାତଘର ଉପରକୁ ମାଡିଯାଇ ଓଲଟି ପଡିଥିଲା । ଘଟଣାସ୍ଥଳରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଖବରପାଇ ଭଞ୍ଜନଗର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଭିତରୁ ହେଲପରକୁ ଉଦ୍ଧାର କରିଥିଲେ । ସେପଟେ ଛାତଘରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ବେଳେ ଘର ଭିତରୁ ଚିତ୍କାର ଶୁଣି ଘରର ମାଲିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ତେବେ ଘଟଣା ସମୟରେ ସଂପୃକ୍ତ ଘରେ ଘର ମାଲିକ ଏକୁଟିଆ ହିଁ ରହିଥିଲେ । ଉଭୟ ଘର ମାଲିକ ଏବଂ ହେଲପରଙ୍କୁ  ନିକଟସ୍ଥ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ  ଟ୍ରକର ହେଲପର୍ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି  ।