ଛତ୍ରପୁର,୧୬/୦୫: ଗଞ୍ଜାମ ଜିଲ୍ଲାର ଦୁଇଟି ପୃଥକ ପୃଥକ ସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜିଲ୍ଲାର ଚମାଖଣ୍ଡି ଥାନା ଅନନ୍ତପୁର ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ଚମାଖଣ୍ଡି ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏମକେସିଜିକୁ ପଠାଯାଇଛି ।
ସେହିପରି ଅନ୍ୟପଟେ ଜଗନ୍ନାଥପୁରରୁ ଗଜପତି ଜ଼ିଲ୍ଲା ରାମଗିରି ସିନ୍ଧିରୀଗାଁ ଅଭିମୁଖେ ଯାଉଥିବା ସାର ବୋଝେଇ ଟ୍ରକ ନମ୍ବର ତପ୍ତ ପାଣି ହରିଣ ପାର୍କ ନିକଟ ଘାଟି ତଳକୁ ଓଲଟି ପଡିଛି । ହେଲେ ଏଥିରେ କେହି ମୃତାହତ ନେଇ କୌଣସ ସୂଚନା ନାହିଁ।