କେନ୍ଦୁଝର ସଦର,୧୮/୧୧: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗାପାଣି ବିଏସ୍ ପେଟ୍ରୋଲ ପମ୍ପ ନିକଟରେ ସଡକ ଦୁର୍ଘଟଣା । ବ୍ରେକ ଫେଲ ହୋଇ ଟ୍ରକରେ ପିଟିହେଲା ବସ୍। ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ। ସୂଚନା ମୁତାବକ, ଆଜି ସକାଳ ୧୦ଟା ୨୦ ମିନିଟରେ ଏକ ସରକାରୀ ଯାତ୍ରୀବାହୀ ବସ୍ ଡ୍ରାଇଭର ବ୍ରେକ ଫେଲ୍ ଗାଡ଼ିକୁ ଅଟକାଇବାକୁ ଯାଇ ପାର୍କିଂ ଅଞ୍ଚଳରେ ଥିବା ଏକ ଟ୍ରକ୍ ସହିତ ଧକ୍କା କରିଥିଲେ। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଅନେକ ଯାତ୍ରୀ । ଏହି ଦୁର୍ଘଟଣାରେ ବସର ସମ୍ମୁଖ ଭାଙ୍ଗି ରୁଜି ନଷ୍ଟ ହୋଇଛି। ବସଟି ସୁଆକାଟି ପଟରୁ କେନ୍ଦୁଝର ଅଭିମୁଖେ ଆସୁଥିବାବେଳେ ଏହି ଘଟଣା ଘଟିଛି।