ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

କୋରାପୁଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଟ୍ରକ୍-ବାଇକ ମୁହାଁମୁହିଁ ଧକ୍କା, ଚାଲିଗଲେ ବାପ ଓ ପୁଅ

Published By : Anindita Ratha | August 2, 2025 2:45 PM

ଦଶମନ୍ତପୁର,୦୨/୦୮ :  କୋରାପୁଟ ଦଶମନ୍ତପୁର ବ୍ଲକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ବୋଲବମ୍ ସେବା ସଂଘ ଯାତ୍ରୀବାହୀ ଟ୍ରକ୍ ସହ ବାଇକର ମୁହାଁମୁହିଁ ଧକ୍କା। ଫଳରେ  ବାପା ଓ ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ । ସେହିପରି  ବାଇକରେ ଥିବା ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ସୂଚନା ଅନୁଯାୟୀ,କୋରାପୁଟରୁ  ଦଶମନ୍ତପୁର ବ୍ଲକର ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ୩ଜଣ ବାଇକ ପୋଡ଼ାଗଡ ଅଭିମୁଖେ ଯାଉଥିଲେ । ସେହି ସମୟରେ ବିପରୀତ ଦିଗରୁ ବୋଲବମ୍ ସେବା ସଂଘ ଟ୍ରକ୍ ଦୃତଗତିରେ ଆସି ସେମାନଙ୍କୁ ମୁହାଁମୁହିଁ ଧକ୍କା ଦେଇ ଥିଲା। ଫଳରେ ବାଇକରେ ନିଆଁ ରେ ଲାଗିଯିବାରୁ ବାପା ପୁଅ ଘଟଣାସ୍ଥଳରେ ଜଳିଯିବାରୁ  ପ୍ରାଣ ହରାଇଛନ୍ତି ।  ତେବେ ମୃତ ବ୍ୟକ୍ତି  କୋରାପୁଟ ସଦର ମହକୁମା ସ୍ଥିତ ଟିକରା ସାହିରେ ରହୁଥିବା  କୈଳାସ ଖରା ଓ ତାଙ୍କ ପୁଅ ବୋଲି ଜଣାପଡ଼ିଛି । ଏଥିସହ ତାଙ୍କ ସଙ୍ଗେ ଥିବା ଭଣଜା  ଅମନ ରେଡି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଅନ୍ୟପଟେ ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଧକ୍କା ଦେଇଥିବା ବୋଲବମ୍ ଟ୍ରକ୍ କୁ ଜବତ କରି ତଦନ୍ତ କରୁଥିବା କୋରାପୁଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାରୁ ଜଣାପଡିଛି ଯେ, ମୃତ ବାପା ପୁଅ ଏବଂ ଭଣଜା  ମନ୍ଦିରରେ ଠାକୁର ଦର୍ଶନ ପାଇଁ ଯାଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.