ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମର୍ମନ୍ତୁଦ ସଡକ ଦୁର୍ଘଟଣା; ଟେମ୍ପୋ-ଟ୍ରକ୍ ଧକ୍କା, ୬ ମୃତ ୫ ଆହତ

Published By : Ankita S | January 13, 2025 7:44 AM

ମୁମ୍ବାଇ,୧୩/୦୧: ଭୀଷଣ ସଡକ ଦୁର୍ଘଟଣା । ନାସିକ ମୁମ୍ବାଇ ହାଇୱେ ଫ୍ଲାଏଓଭରରେ ଏକ ମର୍ମନ୍ତୁଜ ସଡକ ଦୁର୍ଘଟଣା ହୋଇଛି । ଟେମ୍ପୋ ଓ ଟ୍ରକ୍ ଧକ୍କା ହେବାକୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନାସିକ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଗୋଟିଏ ମିନି ଟ୍ରକ ସହ ଟେମ୍ପୋ ଧକ୍କା ହେବା ଫଳରେ ଅକାଳରେ ୬ଟି ଜୀବନ ଦୀପ ଲିଭି ଯାଇଛି । ଦୁର୍ଘଟଣାରେ ଆହତ ୫ ଜଣଙ୍କୁ ନାସିକ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଟ୍ରକଟି ଆଇରନ ରଡ ନେଇ ନେଇ ଯାଉଥିବାବେଳେ ଟେମ୍ପୋ ସହ ଧକ୍କା ହୋଇଥିଲା ।

ପୋଲିସର ସୂଚନା ଅନୁସାରେ  ନାସିକ ମୁମ୍ବାଇ ଜାତୀୟ ରାଜପଥରେ ଫ୍ଲାଏଓଭର ଆୟାପ୍ପା ମନ୍ଦିର ନିକଟରେ ଦୁର୍ଘଟଣା ହୋଇଛି । ଟେମ୍ପୋ ଟ୍ରାଭେଲରରେ ୧୬ ଜଣ ଲୋକ ଥିଲେ । ନିପାହାଡରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନେ ନାସିକର ସିଆଇଡିସିଓକୁ ଫେରୁଥିଲେ । ଏହି ସମୟରେ ଟେମ୍ପୋଟି ଏକ ଆଇରନ ରଡ ବୋଝେଇ ଟ୍ରକ୍ ସହ ଧକ୍କା ଦେଇଥିଲା । 

ଟେମ୍ପୋ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ଏହା ପରେ ଟମ୍ପୋଟି ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ମୁମ୍ବାଇ ନାସିକ ରାସ୍ତାରେ ଟ୍ରାଫିକ୍ ଜାମ ରହୁଛି । ଏତେ ଟ୍ରାଫିକ ରହୁଛି ଯେ ୩ରୁ୪ କିମି ଯିବାକୁ ପ୍ରାୟ ୪୫ମିନିଟ ଲାଗିଯାଉଛି ।ଦୁର୍ଘଟଣା ପରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.