ମାଲକାନଗିରି,୦୪/୦୬:ମାଲକାନଗିରି ଜିଲ୍ଲା କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥ ଜିଲ୍ଲା ହସ୍ପିଟାଲ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା । ଟିପର ଧକ୍କାରେ ବାଇକ ଆରୋହୀ ମୃତ। ମୃତକ ଜଣକ ଏମଭି ୨୨ ଗ୍ରାମର କ୍ରିଷ୍ଣାପଦ ସରକାର ବୋଲି ଜଣାପଡ଼ିଛି। ସେ ଠିକାଦାର କାମ କରୁଥିଲେ ।
ସୂଚନା ମୁତାବକ, କ୍ରିଷ୍ଣାପଦ ବର୍ତ୍ତମାନ ଜିଲ୍ଲା ହସ୍ପିଟଲ ନିକଟ କଲୋନୀରେ ରହୁଥିବା ବେଳେ ଆଜି ସକାଳେ ଘରୁ ବଜାରକୁ ପରିବା ପାଇଁ ବାଇକ ଯୋଗେ ଯାଉଥିଲେ । ସେହି ସମୟରେ କାଲିମେଳା ଆଡୁ ଦୃତଗତିରେ ଆସୁଥିବା ଥିବା ଏକ ଟିପର ଗାଡି ତାଙ୍କୁ ଧକ୍କା ଦେଇଥିଲା। ସେ ଛିଟିକି ଯାଇ ଚକ ତଳେ ପଡିଯାଇଥିବା ବେଳେ ଚକ ତାଙ୍କ ଛାତି ଉପରେ ଚଡି ଯାଇଥିଲା। ଏନେଇ ସଙ୍ଗେ ସଙ୍ଗେ ତାଙ୍କୁ ଲୋକେ ହସ୍ପିଟାଲକୁ ନେଇ ଯାଇଥିଲେ,ହେଲେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ କିଛି ସମୟ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ମାଲକାନଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠା ଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ଟିପର ଜବତ କରି ଡ୍ରାଇଭରକୁ ଗିରଫ କରିଥିବାର ଜଣାପଡିଛି। ସୂଚନା ଯୋଗ୍ୟ ଯେ, ଜିଲ୍ଲା ହସ୍ପିଟାଲ ସମ୍ମୁଖରେ ୩୨୬ ନମ୍ବର ଜାତୀୟ ରାଜପଥ ଯାଇଛି, ହସ୍ପିଟାଲକୁ ଲାଗି ଦୁଇ ପାର୍ଶ୍ଵରେ କଲୋନୀ, ଆର ଏମ ସି କାର୍ଯ୍ୟଳୟ ଥିଲେ ମଧ୍ୟ ଟ୍ରାଫିକ ପୋଷ୍ଟ ଟିଏ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି। ତେଣୁ ହସ୍ପିଟାଲ ଛକ ରେ ଟ୍ରାଫିକ ପୋଷ୍ଟ ଟିଏ କରିବା ନେଇ ସର୍ବସାଦରଣରେ ଦାବି ହେଉଛି।