ପିପିଲି,୧୨ /୯: ପୁରୀ ଜିଲ୍ଲା ପିପିଲି-ଜଟଣୀ ରାସ୍ତାର ଅଟ୍ରାଇ ଗେଟ ନିକଟରେ ମର୍ମନ୍ତୁଦ ସଡ଼କଦୁର୍ଘଟଣା । ଟ୍ରକ୍ ଧକ୍କାରେ ମହିଳା ମୃତ । ମୃତ ମହିଳା ଜଣଙ୍କ ଡେଲାଙ୍ଗ ଥାନା ରତାପଡ଼ା ଗ୍ରାମର ମଙ୍ଗୁ ପରିଡ଼ାଙ୍କ ପତ୍ନୀ ଲତା ପରିଡା ବୋଲି ଜଣାପଡିଛି। ସୂଚନା ମୁତାବକ,ମଙ୍ଗୁ ପତ୍ନୀ ଲତାଙ୍କ ସହିତ ଏକ ବାଇକ ଯୋଗେ ଜଟଣୀରୁ ପିପିଲି ଅଭିମୁଖେ ଆସୁଥିଲେ । ଅଟ୍ରାଇ ଗେଟ ନିକଟରେ ମଙ୍ଗୁ ବାଇକ୍ ରଖିବା ପରେ ଲତା ବାଇକରୁ ଓହ୍ଲାଉଥିବା ବେଳେପଛରୁ ଆସୁଥିବା ଏକ ଟ୍ରକ୍ ଲତାଙ୍କୁ ଧକ୍କା ଦେଇଥିଲା। ଲତା ତଳେ ପଡ଼ିଯିବା ପରେ ଟ୍ରକ୍ ଚକା ତାଙ୍କ ମୁଣ୍ତରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ଲତାଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା। ଖବର ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ତଦନ୍ତ ଜାରି ରଖିଛି।