ପୁରୀ,୨୩/୦୧: ପୁରୀ ନବକଳେବର ରୋଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଗନ୍ନାଥ ବସ୍ ଧକ୍କାରେ ବୃଦ୍ଧା ଗୁରୁତର। ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବୃଦ୍ଧା ଜଣକ ରାସ୍ତାରେ ଚାଲିକି ଯିବା ସମୟରେ ପଛପଟୁ ଧକ୍କା ଦେଇଥିଲା ଜଗନ୍ନାଥ ବସ୍। ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଅଧିକ ପଢନ୍ତୁ-ପ୍ରମେୟ ଡିଜିଟାଲର ସ୍ୱତନ୍ତ୍ର ଲାଇଭ୍ ସୋ ‘ମେଡିକାଲ ଆଷ୍ଟ୍ରୋ’: ଫୋନ୍ କରି ବାସ୍ତୁ ଓ ଆପଣଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଜାଣନ୍ତୁ

ସେପଟେ ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାରୋକ କରାଯାଇଥିବା ବେଳେ ତହସିଲଦାର ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ପରେ ରାସ୍ତାରୋକ ହଟିଛି। ​​​​​​ କ୍ଷତିପୂରଣ ବାବଦରେ ଗୁରୁତର ବୃଦ୍ଧାଙ୍କୁ ତୁରନ୍ତ ୫୦ ହଜାର ଟଙ୍କା  ପ୍ରଦାନ କରାଯାଇଛି।‌ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମଧ୍ୟ କ୍ଷତିପୂରଣ ରାଶି ପ୍ରଦାନ କରାଯିବ। ଖୁବଶୀଘ୍ର ରାସ୍ତା ମରାମତି ସହ ଓ୍ବାନ ଓ୍ବେ କରାଯିବା ନେଇ ତହସିଲଦାର ଅଭିଷେକ ଦାଶଙ୍କ ସୂଚନା ଦେଇଛନ।