ଲକ୍ଷ୍ନୌ,୧୬/୧୧: ଶୁଭ କାମ ସାରି ଫେରୁଥିଲେ । ବିବାହ ଉତ୍ସବରେ ଯୋଗ ଦେଇ କେତେ ଖୁସିରେ ଘରକୁ ଆସୁଥିଲେ । ନୂଆ ବୋହୂକୁ ସ୍ବାଗତ ପାଇଁ ଘରେ ପ୍ରସ୍ତୁତି ସରିଥିଲା ହେଲେ କିଏ ଜାଣିଥିଲା ବାଟରେ ମୃତ୍ୟୁ ଜଗି ବସିଛି ବୋଲି । ଉତ୍ତରପ୍ରଦେଶ ବିଜନୋର ଏକ ଭୀଷଣ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏଥିରେ ବର-କନିଆ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ୬ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି ।
ସୂଚନାଅନୁସାରେ, ଗୋଟିଏ କାର ଓ ଅଟୋ ମଧ୍ୟରେ ଧକ୍କା ହେବାକୁ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପଛର କାରଣ ଓଭରଟେକ ବୋଲି ଜଣା ପଡିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଓ ଅଟୋ ଭାଙ୍ଗିରୁଜି ଚୁନା ହୋଇଛି । କାରଟି ଆଟୋକୁ ଧକ୍କା ଦେଇଥିଲା । ଏଥିରେ ନବବିବାହିତ ଦମ୍ପତିଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି । ୬ଜଣ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି ।
ବିଜନୋର ଏସପି ଅଭିଷେକ କହିଛନ୍ତି, ଦୁର୍ଘଟଣାର ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । କାର ଓ ଅଟୋ ମଧ୍ୟରେ ଦୁର୍ଘଟଣା ଘଟିଛି । ଚିକିରତ୍ସାଧୀନ ଅବସ୍ଥାରେ ଅଟୋ ଡ୍ରାଇଭରର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ଜଣ ପୁରୁଷ, ୨ ମହିଲା ଜଣେ ଯୁବତୀ ଥିଲେ । ମାମଲା ରୁଜ୍ଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।