ଚୁଡ଼ାପାଲି,୨୯/୧୦: ବିଭିନ୍ନ ସମସ୍ୟାର ଦାବି ନେଇ ୪୨ ନଂ ରାଜ୍ୟ ରାଜପଥ ଉପରେ ଝାଙ୍କରପାଲିଠାରେ ଗଡ଼ଶଙ୍କର ଡୁଙ୍ଗୁରିପାଲିର ବିସ୍ଥାପିତ ଲୋକ ରାସ୍ତା ଅବରୋଧ କରିଛନ୍ତି। ବୁଧବାର ସକାଳ ୮ ଟାରୁ ବିକ୍ଷୋଭ ଆରମ୍ଭ ହୋଇଥିଲା। ଖବର ପାଇ ଉପଜିଲ୍ଲାପାଳ ବିକ୍ଷୋଭ ସ୍ଥଳୀରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଆଗାମୀ ସାତ ଦିନ ମଧ୍ୟରେ ଲୋକଙ୍କ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେବା ପରେ ୧୦ଟା୧୫ ରେ ରାସ୍ତାରୋକ ହଟିଥିଲା। ପ୍ରକାଶ ଥାଉକି, ବିସ୍ଥାପିତଙ୍କ ତରଫରୁ ୨୧ ଦଫା ଦାବି ଉପସ୍ଥାପନ କରାଯାଇଛି।

​​​​​​​