ବରଗାଁ, ୧୩/୦୯: ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ବରଗାଁ -ଡ଼ଙ୍ଗରମୁଣ୍ଡା ରାସ୍ତା ଶୋଚନୀୟ ହୋଇପଡିଛି । ରାସ୍ତା ନିର୍ମାଣ ଦାବିରେ ୫ଟି ପଞ୍ଚାୟତର ଜନସାଧାରଣ ଏନଏଚ ୨୬ ବରଗାଁ ଛକରେ ରାସ୍ତା ଅବରୋଧ କରିଛନ୍ତି ।
ବରଗାଁ -ଡ଼ଙ୍ଗରମୁଣ୍ଡା ରାସ୍ତା କଳାହାଣ୍ଡି ଜିଲ୍ଲାକୁ ସଂଯୋଗ କରୁଥିବା ଶହ ବ୍ଲକର ଡୁଙ୍ଗୁରିପାଲି, ଆମ୍ବପାଲି, ଘୁନସର, କଂସର ଓ ଭଦ୍ରା ପଞ୍ଚାୟତର ଜନସାଧାରଣଙ୍କ ମୁଖ୍ୟ ରାସ୍ତା ପାଲଟିଛି । ଏହି ରାସ୍ତା ଦୀର୍ଘ ବର୍ଷ ହେଲା ଶୋଚନୀୟ ହୋଇପଡିଛି । ଯାହା ଫଳରେ ଛାତ୍ରଛାତ୍ରୀ, ସ୍କୁଲ କଲେଜକୁ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେବା ସହ ଆମ୍ବୁଲାନ୍ସ ଯିବାରେ ମଧ୍ୟଅସୁବିଧା ହେଉଛି । ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ଦୀର୍ଘ ବର୍ଷ ଧରି ନେତା, ମନ୍ତ୍ରୀ, ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାରୁ ଆଜି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି ।