ହରଭଙ୍ଗା,୨୫/୦୧: ମରଣଜନ୍ତା ପାଲଟିଛି ରାସ୍ତା । କେଉଁଟି ରାସ୍ତାରେ ଖାଲ,ତ ଆଉ କେଉଁଠି ଫାଟ ଓ ଖାଲଖମା। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ଦେଇ ଯାଇଥିବା ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଲୋକଙ୍କ ପାଇଁ ମରଣଯନ୍ତା ସାଜିଛି।ବଦଲା,ଠାରୁ ବୌଦ୍ଧ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ଯୋଗୁଁ ଦୈନିକ ଦୁର୍ଘଟଣା ଘଟୁଥିବା ଖବର ସାମ୍ନାକୁ ଆସୁଛି।
ଆଡ଼େନିଗଡ଼, ଚାରିଛକ,ପୁରୁଣାକଟକ,ସରସରା ସମେତ ଅନେକ ସ୍ଥାନରେ ରାସ୍ତା ଅବସ୍ଥା ବେହାଲ। ଯଦି ବର୍ଷା ହୋଇଯାଏ ଖାଲଖମାଗୁଡ଼ିକ ପାଣିରେ ଭରିଯାଇଥିବାରୁ ଖାଲ ଖମାକୁ ଚିହ୍ନଟ ହୋଇପାରୁନାହିଁ। ଯାହାଫଳରେ ଦୁଇଚକିଆଯାନ ସହ ଚାରିଚକିଆ ଓ ଭାରି ଯାନ ଦୁର୍ଘଟଣାର ସାମ୍ନା ହେଉଛନ୍ତି। ଏହି ଜାତୀୟ ରାଜପଥ ଦେଇ ଦୈନିକ ହଜାର ହଜାର ଯାନ ଚଳାଚଳ କରୁଥିବା ସତ୍ତ୍ୱେ ରକ୍ଷାଣାବେକ୍ଷଣ ପ୍ରତି ସମ୍ପୂର୍ଣ୍ଣ ଅବହେଳା ଦେଖାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ରାଜପଥର ନିର୍ମାଣ ଓ ରକ୍ଷାଣାବେକ୍ଷଣ ଦାୟିତ୍ୱରେ ଥିବା ARSS ଠିକା ସଂସ୍ଥା ପକ୍ଷରୁ ସଠିକ ଭାବରେ ମରାମତି କାମ ହୋଇପାରୁନାହିଁ। ସବୁଠାରୁ ବଡ଼ କଥା ହେଲା ସମ୍ପୃକ୍ତ ଠିକା ସଂସ୍ଥା ରାସ୍ତାର ମରାମତି ପାଇଁ ଦାୟିତ୍ୱ ନେଇଥିଲେ ମଧ୍ୟ ଅଥରଟି କନ୍ସଲଣ୍ଟ ଇଞ୍ଜିନିୟରିଂ ଅଧିକାରୀ ବାବୁ କିନ୍ତୁ ବୌଦ୍ଧରେ ରହିବା ବଦ ରେ ଭୁବନେଶ୍ୱର ରେ ରହି କାର୍ଯ୍ୟ କରୁଥିବା ଜଣାପଡିଛି।
ଆହୁରି ପଢନ୍ତୁ-ନିଜ ନିଷ୍ପତ୍ତି ଫେରାଇ ନେଲେ କୋରାପୁଟ ଜିଲ୍ଲାପାଳ: ହଟିଲା ସାଧାରଣତନ୍ତ୍ର ଦିବସରେ ଆମିଷ କଟକଣା
ଏନେଇ ସାଇଟ ଇଞ୍ଜିନିଅର ଏମ.ଖମାରୀଙ୍କୁ ପଚାରିବାରୁ ଆମେ ଦୈନିକ ବିଭିନ୍ନ ସ୍ଥାନ ପରିଦର୍ଶନ କରୁଛୁ ଓ ମରାମତି କାର୍ଯ୍ୟ ଜାରି ରଖୁଛୁ ବୋଲି କହିଛନ୍ତି । ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି। ଜାତୀୟ ରାଜପଥ ସମସ୍ୟା ନେଇ ବୌଦ୍ଧ ଜିଲ୍ଲାରେ ଦୈନିକ ଦୁର୍ଘଟଣା ଘଟୁଥିବା ବେଳେ ଜିଲ୍ଲାପାଳ ଓ ଏସପି ବାରମ୍ବାର ସଂସ୍ଥାକୁ ତାଗିଦ କଲେ ମଧ୍ୟ କର୍ଣ୍ଣପାତ କରୁନଥିବା କୁହାଯାଉଛି । ଏପଟେ ଦୁର୍ଘଟଣା ଘଟୁଥିବା ସ୍ଥାନଗୁଡ଼ିକରେ ସତର୍କତା ସୂଚକ ବୋର୍ଡ, ବାରିକେଡ଼ ନଥିବା ଯୋଗୁଁ ରାତି ସମୟରେ ଯାତ୍ରା ଆହୁରି ବିପଦଜ୍ଜନକ ହେଉଛି। ତେଣୁ ତୁରନ୍ତ ଏହି ରାସ୍ତାର ମରାମତି କାମ ଆରମ୍ଭ କରିବା ସହ ମଜବୁତ ରାସ୍ତା ନିର୍ମାଣ କରିବା ପାଇଁ ଦାବି ସାଧାରଣରେ ଦାବି ହୋଇଛି। ସମ୍ପୃକ୍ତ ଠିକା ସଂସ୍ଥା ଯଦି ଏଥିପ୍ରତି ଦୃଷ୍ଟି ନ ଦିଏ ତେବେ ଆଗାମୀ ଦିନରେ ଯାତ୍ରୀ ଅନେକ ଦୁର୍ଘଟଣାରେ ସାମ୍ନା ହେବା କଥାକୁ ଏଡାଇ ଦିଆଯାଇନପାରେ ବୋଲି ଅନୁମାନ କରାଯାଉଛି। ତେଣୁ ଏଥିପ୍ରତି ବୌଦ୍ଧ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବା ସହ ସଂପୃକ୍ତ ଠିକା ସଂସ୍ଥାକୁ ତାଗିଦ କରିବା ପାଇଁ ସାଧାରଣ ଦାବି ହେଉଛି।