ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହାହେଲେ ରୋଗୀ

Published By : Rasmita Pradhan | October 15, 2024 12:51 PM

ମ.ରାମପୁର, ୧୫/୧୦ : ଗାଁକୁ ନାହିଁ ରାସ୍ତା। ଖଟିଆରେ ବୁହା ହେଉଛନ୍ତି ରୋଗୀ। ମୌଳିକ ସୁବିଧାରୁ ଏମାନେ ବଞ୍ଚିତ। ଦୁର୍ଦ୍ଦଶା ଭିତରେ ଦିନ କାଟୁଛନ୍ତି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଲୁବେନଗଡ଼ ଗ୍ରାମ ପଞ୍ଚାୟତର ପୁଇଝିରି ଗ୍ରାମବାସୀ। ଗତ ୧୫ ଦିନ ଭିତରେ ପୁଇଝିରି ଗ୍ରାମରୁ ଆସିଛି ଏଭଳି ୩ଟି ଚିତ୍ର। 

ସୂଚନା ମୁତାବକ, ପୁଇଝିରି ଗ୍ରାମର ଲୁଗେଡ଼ି ମାଝୀ (୫୫ ବର୍ଷ)ଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଗାଁକୁ ରାସ୍ତା ନଥିବାରୁ ଗ୍ରାମବାସୀ ତାଙ୍କୁ ପୁଇଝରି ଠାରୁ ବାଲିବାଜୁ ପର୍ଯ୍ୟନ୍ତ ପ୍ରାୟ ୭ କିମି ଖଟିଆରେ ବୋହି ଆଣିଥିଲେ। ବାଲିବାଜୁ ଠାରେ ଏକ ଅଟୋ ସାହାଯ୍ୟରେ ଉର୍ଲାଦାନୀ ନେଇ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଗାଁକୁ ରାସ୍ତା ଖଣ୍ଡେ ନଥିବାରୁ ଗ୍ରାମବାସୀମାନେ ସବୁବେଳେ ଏଭଳି ହଇରାଣ ହରକତ ହେଉଛନ୍ତି। ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ସତ୍ତ୍ଵେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନାହିଁ। ଯାହାଫଳରେ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.