ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପିଛା କରି ମୁଣ୍ଡରେ ବନ୍ଧୁକ ଲଗାଇଲେ ଦୁର୍ବୃତ୍ତ, ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ

Published By : Harapriya Sethi | April 24, 2025 2:13 PM

ଭୁବନେଶ୍ୱର, ୨୪/୦୪: ବିଚ୍ ରାସ୍ତାରେ ବାଇକ୍ ଅଟକାଇ ମୁଣ୍ଡରେ ଲଗାଇଲେ ବନ୍ଧୁକ । ଆଉ ଲୁଟିନେଲେ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର । ଉଦଳା-ବାରିପଦା ରାଜ୍ୟ ରାଜପଥର ଖୁଣ୍ଟା ଥାନା ବାଲିମୁଣ୍ଡଳୀ ଛକ ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ବାସିପିଠା ଅଞ୍ଚଳରେ ମହାଲକ୍ଷ୍ମୀ ଅଳଙ୍କାର ନାମକ ଗହଣା ଦୋକାନ କରିଥିବା ସୁନ୍ଦର ନାରାୟଣ ସାହୁ । ବୁଧବାର ରାତିରେ ଦୋକାନ ବନ୍ଦ କରି ନିଜ ଘର ଖୁଣ୍ଟାକୁ ବାଇକ୍ ଯୋଗେ ଫେରୁଥିଲେ । ଦୋକାନର ସୁନା ଅଳଙ୍କାର ବ୍ୟାଗ୍‌ରେ ନେଇ ଆସୁଥିବା ବେଳେ ୨ ଗୋଟି ବାଇକ୍‌ରେ ୪ ଜଣ ଲୁଟେରା ତାଙ୍କୁ ଫଲୋ କରି ଆସିଥିଲେ । ବାଲିମୁଣ୍ଡଳୀ ଛକ ନିକଟରେ ଗାଡିକୁ ଗୋଇଠା ମାରି ସୁନା ଦୋକାନୀଙ୍କୁ ତଳେ ପକାଇ ଦେଇଥିଲେ ଦୁର୍ବୃତ୍ତ। ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ବ୍ୟାଗ୍ ମାଗିଥିଲେ । ଗହଣା ଦୋକାନୀ ସୁନ୍ଦର ସେଠାରୁ ଖସି ଗହଣା ଭର୍ତ୍ତି ବ୍ୟାଗ୍ ଧରି ଦୌଡ଼ି ପଳାଉଥିବା ସମୟରେ ୨ ଜଣ ମୁଖାପିନ୍ଧା ଲୁଟେରା ତାଙ୍କୁ ଧକ୍କା ମାରି ତାଙ୍କ ନିକଟରୁ ବ୍ୟାଗ୍ ଛଡାଇ ନେଇ ଚମ୍ପଟ ମାରିଥିଲେ । ଉକ୍ତ ଗହଣା ବ୍ୟାଗ୍‌ରେ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ରହିଥିବା ବେଳେ ଲୁଟେରାଙ୍କ ଆକ୍ରମଣରେ ଗହଣା ଦୋକାନୀଙ୍କ ଶରୀରରେ କ୍ଷତ ମଧ୍ୟ ଲାଗିଛି । ଏ ନେଇ ଖୁଣ୍ଟା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ନିଛାଟିଆ ସ୍ଥାନ ଦେଖି ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ବେଳେ ପୂର୍ବରୁ ମଧ୍ୟ ଗହଣା ବ୍ୟବସାୟୀଙ୍କ ଉପରେ ନଜର ରଖିଥିବା କୁହାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.