ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ମାରଣାସ୍ତ୍ର ଦେଖାଇ ବାଇକ୍, ମୋବାଇଲ ଏବଂ ଟଙ୍କା ଲୁଟ୍; ସନ୍ଦେହରେ ୨ଜଣଙ୍କୁ ଅଟକ ରଖିଲା ପୁଲିସ

Published By : Harapriya Sethi | July 17, 2025 2:37 PM

ମନମୁଣ୍ଡା,୧୭/୦୭: ବୁଧବାର ରାତି ପ୍ରାୟ ୧୦ଟାରେ ବୌଦ୍ଧ ମନମୁଣ୍ଡା ବାଇପାସ ଯୋଗୀପଦର ଛକରେ ଲୁଟେରାଙ୍କ ଆତଙ୍କରାଜ। ୩ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ବାଇକ ଆରୋହୀଙ୍କଠାରୁ ଲୁଟି ନେଲେ ବାଇକ୍ ସହିତ ଟଙ୍କା ଏବଂ ମୋବାଇଲ ଫୋନ୍ । ଏନେଇ ଗୁରୁବାର ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । 

ସୂଚନା ମୁତାବକ, ଏହି ଥାନା କସୁରବନ୍ଧ ପଞ୍ଚାୟତ ସାନଡୁଙ୍ଗୁରିପାଲି ଗାଁର ରଜିତ ରଞ୍ଜନ ମିଶ୍ର ଏବଂ ରାଜ କିଶୋର ଗରିଆ ବୁଧବାର ରାତି ପ୍ରାୟ ୧୦ଟା ହେବ ମନମୁଣ୍ଡା ଗାନ୍ଧି ଛକରୁ ବାଇପାସ ଦେଇ ଘରକୁ ଫେରୁଥିଲେ । ବାଇପାସ୍ ଯୋଗୀପଦର ଛକ ନିକଟରେ ୩ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ବାଇକ ଆରୋହୀଙ୍କୁ ଅଟକାଇଥିଲେ । ମାରଣାସ୍ତ୍ର ଦେଖାଇ ଜୀବନରୁ ମାରି  ଦେବାକୁ ଧମକ ଦେଇ ରଜିତ ଠାରୁ ତାଙ୍କ ବାଇକ୍ ଓ ଏକ ଓପୋ ମୋବାଇଲ ଏବଂ ରାଜକିଶୋର ଠାରୁ ନଗଦ ୫୦୦୦ ଟଙ୍କା ଏବଂ ଏକ ଭିଭୋ ମୋବାଇଲ୍ ଲୁଟି ନେଇଥିଲେ। ରଜିତ ଏନେଇ ଗୁରୁବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ସନ୍ଦେହରେ ୨ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିବା ସହ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.