ଖଲ୍ଲିକୋଟ,୨୧।୨ : ଜାତୀୟ ରାଜପଥ ବଡ ଘାଟି ନିକଟରେ ଡକାୟତି ଉଦ୍ୟମ ବେଳେ ମାଡି ବସିଲା ଖଲ୍ଲିକୋଟ୍ ପୁଲିସ। ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩ ଖଣ୍ଡା ସହ ୭ ଟା ବୋମା ଜବତ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ବେଗୁନିଆପଡ଼ା ଥାନା ଅଂଚଳର ଦୁଇ ଜଣ ଓ ଖଲ୍ଲିକୋଟ ଥାନା ଅଂଚଳର ୩ ଜଣ । ଗିରଫ ମାନେ ହେଲେ ବଚଲ ନାହାକ , ସିପ ବାରିକ, ବାବୁ ସ୍ବାଇଁ, ରାଜା ପାହାନ ଓ ରୁଦ୍ର ନାହାକ । ଶୁକ୍ରବାର ରାତିରେ ପୋଲିସ ପାଟ୍ରୋଲିଂ ବେଳେ ବଡ ଘାଟିରୁ ଏହି ଗ୍ୟାଙ୍ଗକୁ ଖଲ୍ଲିକୋଟ ପୋଲିସ କରିଛି।